ଆସୁଛି ଆଉ ଏକ ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର :(ସଂକେତ ଟିଭି) ଜୁଲାଇ ୪ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ନେଇ ଆଇଏମଡି ଆକଳନ କରିଛି। ଏହା ଫଳରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ସୃଷ୍ଟି ହୋଇଛି।

ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୨ ଓ ୩ ତାରିଖ ବେଳକୁ ଦକ୍ଷିଣ ଓ ଉପକୂଳବର୍ତ୍ତୀ ଓଡ଼ିଶାରେ ବିଜୁଳି ଘଡଘଡି ଜନିତ ବର୍ଷା ସହ ବର୍ଷାର ପରିମାଣ ବଢ଼଼ିବ ବୋଲି ପାଣିପାଗ କେନ୍ଦ୍ର କହିଛି। ରାଜ୍ୟରେ ୨୮ ଜୁନ ସୁଦ୍ଧା ୧୫୬.୧ ମିମି ବର୍ଷା ରେକର୍ଡ ହୋଇଛି। ଯାହାକି ସ୍ୱାଭାବିକ ବର୍ଷା ୧୯୨.୩ ମିମି ତୁଳନାରେ ୧୯ ପ୍ରତିଶତ କମ ଅଛି। ଏହା ସ୍ୱାଭାବିକ ପରିସରରେ ଆସୁଥିବା ବେଳେ ଦେବଗଡ଼ରେ ସର୍ବାଧିକ ୩୦୭. ୬ ମିମି ବର୍ଷା ରେକର୍ଡ ହୋଇଛି। ଯାହାକି ସ୍ୱାଭାବିକଠାରୁ ୮୬ପ୍ରତିଶତ ଅଧିକ ରହିଛି। ଝାରସୁଗୁଡା, ଢେଙ୍କାନାଳ, ବରଗଡ଼ ଏସବୁ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି। ଗତ ବର୍ଷ ଜୁନ୍‌‌ରେ ୧୩୬.୧ ମିମି ବର୍ଷା ରେକର୍ଡ ହୋଇଥିଲା, ଏଥର ବର୍ତ୍ତମାନ ସୁଧା ୧୫୬.୧ ମିମି ବର୍ଷା ହୋଇ ସାରିଛି।