ୟୁନିଫର୍ମ ସିଭିଲ କୋର୍ଡର ସମର୍ଥନ କରିବ ଉଦ୍ଧବ ଠାକରେଙ୍କ ଶିବ ସେନା

ମୁମ୍ବାଇ :(ସଂକେତ ଟିଭି) ଏକକ ନାଗରିକ ସଂହିତା ବା ୟୁନିଫର୍ମ ସିଭିଲ କୋର୍ଡ(ୟୁସିସି)ର ସମର୍ଥନ କରିବ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଦଳ ଶିବସେନା(ୟୁବିଟି)।

ଉଦ୍ଧବ ଠାକରେଙ୍କ ଦଳର ନେତା ଆନନ୍ଦ ଦୁବେ କହିଛନ୍ତି ଯେ ଯଦି ପାର୍ଲାମେଣ୍ଟରେ ବିଲ ଆଗତ ହୁଏ ତେବେ ତାକୁ ଉଦ୍ଧବ ଠାକରେଙ୍କ ଦଳ ସମର୍ଥନ ଦେବ।

ବାଲାସାହେବ ଠାକରେଙ୍କର ୩ଟି ମହତ୍ତ୍ୱପୂର୍ଣ୍ଣ ସ୍ବପ୍ନ ରହିଥିଲା। ଗୋଟିଏ ହେଉଛି ଅଯୋଧ୍ୟାରେ ରାମ ମନ୍ଦିର, କଶ୍ମୀରରେ ୩୭୦ର ଉଚ୍ଛେଦ ଓ ଦେଶରେ ୟୁନିଫର୍ମ ସିଭିଲ କୋର୍ଡ ଲାଗୁ କରିବା। ଉଦ୍ଧବ ଠାକରେ ଗତ ୨୦ ଜୁନରେ ଏକ ପ୍ରେସ କନଫରେନ୍ସରେ ୟୁସିସିର ସମର୍ଥନ କରିବା କଥା କହିଥିଲେ ଏହାସହ ପ୍ରଶ୍ନ ବି ଉଠାଇଥିଲେ।

ଏହା ପୂର୍ବରୁ ଆମ୍‌ ଆଦମି ପାର୍ଟି ମଧ୍ଯ ଏକକ ନାଗରିକ ସଂହିଚତାକୁ ମଧ୍ୟ ସୈଦ୍ଧାନ୍ତିକ ସମର୍ଥନ ଦେଇଛି। ଆପ୍‌ ନେତା ସନ୍ଦୀପ ପାଠକ କହିଛନ୍ତି ଆମେ ସୈଦ୍ଧାନ୍ତିକ ଭାବେ ସମର୍ଥନ କରୁଛୁ, କିନ୍ତୁ ଏହି ବିଷୟରେ ସବୁ ଦଳ ସହିତ କଥାବାର୍ତ୍ତା କରି ନିଷ୍ପତ୍ତି ନେବା ଦରକାର।