ଜଣାପଡିଲା ବାହାନଗା ରେଳ ଦୁର୍ଘଟଣାର କାରଣ, ଜାଣନ୍ତୁ ଦାୟୀ କିଏ
ନୂଆଦିଲ୍ଲୀ :(ସଂକେତ ଟିଭି) ସିଗନାଲିଂ ଓ ଟେଲି କମ୍ୟୁନିକେସନ୍ ବିଭାଗରେ ଷ୍ଟାଫଙ୍କ ତ୍ରୁଟି ଯୋଗୁଁ ବାହାନଗା ରେଳ ଦୁର୍ଘଟଣା ଘଟିଥିବା କମିଶନ ଅଫ ରେଲୱେ ସେଫ୍ଟି ରେଳ ବିଭାଗରେ ଦାଖଲ କରିଥିବା ରିପୋର୍ଟରୁ ଜଣାପଡ଼ିଛି।
ରିପୋର୍ଟ ଅନୁସାରେ, ରିଲେ ରୁମରେ ସିଗନାଲିଂ ଓ ଟେଲି କମ୍ୟୁନିକେସନ୍ ବିଭାଗରେ ଷ୍ଟାଫଙ୍କ ତ୍ରୁଟି ଯୋଗୁଁ ଏପରି ହୋଇଛି। ସିବିଆଇ ତଦନ୍ତ ଚାଲୁଥିବାରୁ ରିପୋର୍ଟକୁ ସାର୍ବଜନୀନ କରାଯାଇନାହିଁ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପକ୍ଷରେ, ଦୁର୍ଘଟଣାର ମାସେ ପରେ ଦକ୍ଷିଣ- ପୂର୍ବ ରେଳପଥର ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀ ତାଙ୍କ ପଦରୁ ହଟିଛନ୍ତି। ତାଙ୍କ ସ୍ଥାନରେ ଅନୀଲ କୁମାର ମିଶ୍ରଙ୍କୁ ନୂଆ ଜେନେରାଲ ମ୍ୟାନେଜର ଭାବେ ନିଯୁକ୍ତି ଦେବାକୁ କ୍ୟାବିନେଟ ନିଯୁକ୍ତି ଅନୁମତି ଦେଇଛି ବୋଲି ଭାରତୀୟ ରେଳବାଇ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।
ରେଲୱେର ବିବୃତ୍ତିରେ କୁହାଯାଇଛି ଯେ, ବାଲେଶ୍ବର ଟ୍ରିପଲ ଟ୍ରେନ ଦୁର୍ଘଟଣା ପରେ ଦକ୍ଷିଣ-ପୂର୍ବ ରେଳବାଇର ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି । କ୍ୟାବିନେଟ ନିଯୁକ୍ତ କମିଟି ନୂଆ ମହାପ୍ରବନ୍ଧକ ଭାବେ ଅନିଲ କୁମାର ମିଶ୍ରଙ୍କ ନିଯୁକ୍ତି ଉପରେ ମୋହର ମାରିଛି ।