ୟୁନିଫର୍ମ ସିଭିଲ କୋଡ଼କୁ ବିରୋଧ କଲେ କେରଳ ଓ ମେଘାଳୟ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ :(ସଂକେତ ଟିଭି) ୟୁନିଫର୍ମ ସିଭିଲ କୋଡ଼ ବା ସମାନ ଆଚରଣ ସଂହିତାକୁ କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟ ଏବଂ ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା ତୀବ୍ର ବିରୋଧ କରିଛନ୍ତି ।

କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟ ଏହାକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ ଏହାକୁ ବିଜେପିର ନିର୍ବାଚନୀ ଏଜେଣ୍ଡା ବୋଲି ଟାର୍ଗେଟ କରିଛନ୍ତି। ଏହା ସହ ସେ କେନ୍ଦ୍ର ସରକାରଙ୍କୁ ଏହା ସମ୍ବନ୍ଧରେ ଉଠାଯାଇଥିବା ପଦକ୍ଷେପକୁ ଫେରାଇନେବାକୁ ଅପିଲ୍‌ କରିଛନ୍ତି।

ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟୀ (ମାକପା) ନେତା ବିଜୟନ କହିଛନ୍ତି ଯେ, ‘‘କେନ୍ଦ୍ରର ଏହି ପଦକ୍ଷେପକୁ ଦେଶର ସାସ୍କୃତିକ ବିବିଧତାକୁ ନଷ୍ଟ କରି ବହୁମତର ସାଂପ୍ରଦାୟିକ ଏଜେଣ୍ଡା ‘ଗୋଟିଏ ଦେଶ, ଗୋଟିଏ ସଂସ୍କୃତି’କୁ ଲାଗୁ କରିବାର ଯୋଜନ ଭଳି ଦେଖାଯାଇପାରେ।’’ ସେ ଆହୁରି କହିଛନ୍ତି ‘‘କେନ୍ଦ୍ର ସରକାର ଏବଂ ବିଧି ଆୟୋଗକୁ ସମାନ ନାଗରିକ ସଂହିତାର ପାଇଁ ନିଆଯାଇଥିବା ପଦକ୍ଷେପକୁ ଫେରାଇ ନେବା ଦରକାର।’’ ଏମିତି କରି ସାଂପ୍ରଦାୟିକ ବିଭାଜନକୁ ବଢ଼ାଇବା ପାଇଁ ଏକ ନିର୍ବାଚନୀ ଚାଲ।

ସେହିପରି ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା କହିଛନ୍ତି ୟୁସିସି ଭାରତର ବିଚାରଧାରା ବିରୋଧୀ। ସେ କହିଛନ୍ତି “ ଭାରତ ବିବିଧତାଭରା ଦେଶ। ଏହା ହିଁ ଆମର ବଳ। ୟୁସିସି ଭାରତର ବିଚାରଧାର ବିରୋଧରେ ଯାଉଛି ବୋଲି ଦଳର ବର୍ତ୍ତମାନର ମତ।”

ସାଂଗମା ଆହୁରି କହିଛନ୍ତି ଭାରତର ଉତ୍ତରପୂର୍ବ ରାଜ୍ୟରେ ସ୍ୱତନ୍ତ୍ର ସଂସ୍କୃତି ରହିଛି। ଆମେ ଚାହିଁବୁ ଯେ ଏଗୁଡ଼ିକ ସେହିଭଳି ରହୁ। ମେଘାଳୟର ଉଦାହରଣ ଦେଇ ସାଗମା କହିଛନ୍ତି “ଉଦାହରଣ ସ୍ୱରୁପ ଆମର ଏକ ମାତ୍ରସତ୍ତାତ୍ମକ ସମାଜ ରହିଛି। ଏହା ହିଁ ଆମର ବଳ ସଂସ୍କୃତି ରହି ଆସିଛି। ବର୍ତ୍ତମାନ ଏହା ଆମ ପାଇଁ ପରିବର୍ତ୍ତନ ହୋଇପାରିବ ନାହିଁ।”

ତେବେ ୟୁସିସି ଡ୍ରାଫ୍ଟରେ କ’ଣ ରହିଛି ସେ ବିଷୟରେ ନ ଜାଣି ସବୁ କଥା କହିବା ଠିକ୍ ନୁହେଁ ବୋଲି କନରାଡୋ ସାଂଗମା କହିଛନ୍ତି। ସେ କହିଛନ୍ତି “ମୁଁ ଜାଣିନି ଯେ କେଉଁ ପ୍ରକାରର ବିଲ୍ ଆସିବ କେମିତି ହେବ। ତେଣୁ ଡ୍ରାଫ୍ଟର ପ୍ରକୃତ ପ୍ରସଙ୍ଗ ନ ଦେଖି ସବୁ କହିବା କଷ୍ଟସାଧ୍ୟ।”

ସୂଚନା ଥାଉକି ହିମାଚଳ ପ୍ରଦେଶର କନରାଡୋ ସାଂଗମା ବିଜେପି ସହ ମେଣ୍ଟ କରି ସରକାର ଗଠନ କରିଛନ୍ତି। ତେବେ ଗତ ଥର ଦୁର୍ନୀତି ନେଇ ବିଜେପି ସହିତ ମେଣ୍ଟ କରିବା ପରେ ସାଂଗମା ଏକାକୀ ନିର୍ବାଚନ ଲଢ଼ିଥିଲେ। ହେଲେ ନିର୍ବାଚନ ପରେ ବିଜେପି ସହ ମେଣ୍ଟ କରି ସରକାର ଗଠନ କରିଛନ୍ତି। ସାଂଗମାଙ୍କର ଏଭଳି ବୟାନ ପରେ ମେଣ୍ଟରେ ଫାଟ ସୃଷ୍ଟି ହେଇପାରେ ବୋଲି କୁହାଯାଉଛି।

ସେପଟେ ମଧ୍ୟପ୍ରଦେଶରେ ପ୍ରଧାନମନ୍ତ୍ରୀ ମୋଦୀ ୟୁସିସି ନେଇ ବୟାନ ଦେବା ପରେ ପାର୍ଲାମେଣ୍ଟ ସ୍ଥାୟୀ କମିଟି ନୋଟିସ୍ ଜାରି ଜୁଲାଇ 3 ତାରିଖରେ ଏହାର ସମୀକ୍ଷା ବୈଠକ ଡାକିଛି। ବର୍ତ୍ତମାନ ସୁଦ୍ଧା ଆପ୍ ଓ ଶିବସେନା ୟୁସିସିକୁ ସମର୍ଥନ ଘୋଷଣା କରିଥିବା ବେଳେ ଏକାଧିକ ରାଜନୈତିକ ଦଳ ଏହାକୁ ବିରୋଧ କରିଛନ୍ତି।