ବିଶ୍ବର ପ୍ରଥମ ଉଡ଼ନ୍ତା କାରକୁ ଅନୁମତି ପ୍ରଦାନ କଲେ ଆମେରିକା ସରକାର

ନୂଆଦିଲ୍ଲୀ :(ସଂକେତ ଟିଭି) ଆମେରିକାର ଆଲିଫ୍ ଏରୋନଟିକ୍ସ ନାମକ ଏକ କାର୍‌ ନିର୍ମାତା କମ୍ପାନୀ ତିଆରି କରିଥିବା ଏକ ଉଡ଼ନ୍ତା କାର୍‌କୁ ଆମେରିକା ସରକାର ଅନୁମତି ପ୍ରଦାନ କରିଛନ୍ତି।

କାଲିଫର୍ଣ୍ଣିଆର ଆଲିଫ୍ ଏରୋନଟିକ୍ସ କମ୍ପାନି ଏହାର ଇଲେକ୍ଟ୍ରିକ୍‌ ଭର୍ଟିକାଲ ଟେକ୍‌ଅଫ୍‌ ଏବଂ ଲ୍ୟାଣ୍ଡିଂ ର ମଡେଲର Alef Model A ନାମକ ଏକ କାର୍ ନିର୍ମାଣ କରିଛି। ଯାହା ଭୂମିରେ ଚାଲିପାରିବ ଏବଂ ଆକାଶରେ ଉଡ଼ିପାରିବ। ଏହାକୁ ଉଡ଼ାଣ ଭରିବାକୁ ଆମେରିକା ସରକାରକ ସମସ୍ତ ବୈଧାନିକ ଅନୁମତି ଦେଇଛନ୍ତି । ଏହି କାର୍‌ ବିଷୟରେ କମ୍ପାନି ୨୦୨୨ ଡିସେମ୍ବର ସୂଚନା ଦେଇଥିଲା। ଆଲିଫ ମଡେଲ ଏ କାର୍‌ ଭୁପୃଷ୍ଠରୁ ସିଧା ଆକାଶକୁ ଉଠି ଟେକ୍‌ଅଫ୍ କରିବ ଏବଂ ସମାନ ସିଧା ଭାବରେ ଲ୍ୟାଣ୍ଡିଂ କରିବ।

ଏହି କାର୍‌ ଗୋଟିଏ ଥର ଚାର୍ଜ ହେଲେ ୩୨୨ କିମି ରାସ୍ତାରେ ଚାଲିପାରିବ ଏବଂ ୧୭୭ କିମି ଉଡ଼ିପାରିବ। ଏଥିରେ ଦୁଇ ଜଣ ବସିପାରିବେ। ମଡେଲ ଏ ଫ୍ଲାଇଂ କାର୍‌ର ମୂଲ୍ୟ ୨.୪୬ କୋଟି ରହିଛି। କମ୍ପାନି ତରଫରୁ କୁହାଯାଇଛି ଯେ ଗାଡ଼ିକୁ ନେଇ ଲୋକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ରହିଛି। ଗାଡ଼ି କିଣିବାକୁ ଲୋକଙ୍କ ଏବଂ ବିଭିନ୍ନ କମ୍ପାନିଙ୍କ ତରଫରୁ ବିପୁଳ ମାତ୍ରାରେ ପ୍ରି ଅର୍ଡର ମିଳିଛି। ଏହି ମଡେଲ ଏ ୨୦୨୫ରେ ଏହାର ଉତ୍ପାଦନ ଆରମ୍ଭ ହେବ। ସେହିପରି କମ୍ପାନିର ଆଉ ଏକ କାର୍‌ Model Z ୨୦୩୫ ବେଳକୁ ଆସିବା ନେଇ ଲକ୍ଷ୍ୟ ରଖାଯାଇଛି। ମଡେଲ ଜେଡ୍‌ ଥରେ ଚାର୍ଜରେ ୪୮୩ କିମି ଡ୍ରାଇଭିଂ ରେଞ୍ଜ ଏବଂ ୨୨୦ ଫ୍ଲାଇଂ ରେଞ୍ଜ ରହିବ। ଏଥିରେ ଚାରିରୁ ଛଅ ଜଣ ବସିପାରିବେ।