ଖୁବ ଶିଘ୍ର ଆସିବ ଭାରତକୁ ଆସିବ 6G
ନୂଆଦିଲ୍ଲୀ (ସଂକେତ୍ ଟିଭି) ଭାରତକୁ ଖୁବ ଶିଘ୍ର ଆସିବ 6G। ଏଥିପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ଦୂରସଂଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ 6Gକୁ ନେଇ ସୋମବାର ଏକ ନୂଆ ଏଲାଏନ୍ସ ଆରମ୍ଭ କରିଛନ୍ତି । ଯାହାର ନାଁ ରଖାଯାଇଛି Bharat 6G Alliance । ଏହି ଏଲାଏନ୍ସ ଭାରତରେ ନୂଆ ଟେକ୍ନୋଲଜି ଟେକନିକ୍ ଏବଂ 6Gର ବିକାଶ ପାଇଁ କାମ କରିବ । ଭାରତ ସମୟ ଥାଉ ଥାଉ ନିଜକୁ ପ୍ରସ୍ତୁତ କରିବ ଏବଂ ଅନ୍ୟ ଦେଶର ଟେକ୍ନୋଲଜି ଉପରେ ନିର୍ଭରତା ରହିବ ନାହିଁ । ଏହାସହ ଦେଶ ଏହି ଟେକ୍ନୋଲଜିକୁ ରପ୍ତାନୀ ମଧ୍ୟ କରିପାରିବ ।
6G ଏଲାଏନ୍ସରେ ସାର୍ବଜନୀନ କ୍ଷେତ୍ର, ପ୍ରାଇଭେଟ୍ ସେକ୍ଟର ଏବଂ ଅନ୍ୟ ବିଭାଗ ସାମିଲ । ଏଥିରେ ସମସ୍ତେ 6Gକୁ ଆଗକୁ ବଢାଇବା ପାଇଁ ନିଜର ଯୋଗଦାନ ଦେବେ । ଏହାସହ ନୂତନ ଆଇଡିଆ ସହ ଏହାକୁ ଅଧିକ ଉନ୍ନତ କରିବେ । ଏଥିରେ ନ୍ୟାସନାଲ ରିସର୍ଚ୍ଚ ଇଷ୍ଟିଚ୍ୟୁଟ୍ ଆଣ୍ଡ ସାଇନ୍ସ ଅର୍ଗନାଆଇଜେସନ ମଧ୍ୟ କାମ କରିବ ।
ଚଳିତ ବର୍ଷ ମାର୍ଚ୍ଚରେ ପିଏମ ମୋଦୀ 6G ଭିଜନ ଡକ୍ୟୁମେଣ୍ଟର ଉପସ୍ଥାନ କରିଥିଲେ । ଏହାସହ 6G ଟେଷ୍ଟ ବେଡ୍ସର ଘୋଷଣା କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ଟେଷ୍ଟ ବେଡ୍ସରେ କୌଣସି ଟେକ୍ନୋଲଜିର ଲଞ୍ଚିଂ ପୂର୍ବରୁ ଟେଷ୍ଟ କରାଯାଇଥାଏ । ଏହା ଏକ ପ୍ରକାର ଟ୍ରାଏଲ ହୋଇଥାଏ, ଯାହା ଲଞ୍ଚିଂର ବହୁ ପୂର୍ବରୁ କରାଯାଇଥାଏ ।
ବର୍ତ୍ତମାନ ସମୟରେ ସାରା ଦେଶରେ 5G ସମ୍ପୂର୍ଣ୍ଣ ରୂପେ ପହଞ୍ଚି ପାରି ନାହିଁ । କମ୍ପାନିଗୁଡିକ 5Gକୁ ରୋଲଆଉଟ୍ କରିଛନ୍ତି, କିନ୍ତୁ ସଭିଙ୍କ ପାଖରେ ଏହା ଉପଲବ୍ଧ ହୋଇପାରି ନାହିଁ । ଏଥିପାଇଁ ଏବେଠୁ 6G ପ୍ରସ୍ତୁତି କଥା କହିବା ଠିକ୍ ହେବ ନାହିଁ । ତେବେ Bharat 6G Alliance ଅଧିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦ୍ୱାରା ଦିଆଯାଇଥିବା ଭିଜନକୁ ପୂରା କରାଯିବ । ଭାରତରେ ୨୦୩୦ ସୁଦ୍ଧା 6Gକୁ ଲାଗୁ କରିବାକୁ ଲକ୍ଷ୍ୟ ରଖାଯାଇଛି।