ପାରିବାରିକ କଳହକୁ କେନ୍ଦ୍ର କରି ସ୍ଵାମୀ-ସ୍ତ୍ରୀଙ୍କ ଆତ୍ମହତ୍ୟା

ଭଦ୍ରକ (ସଂକେତ୍ ଟିଭି) ଭଦ୍ରକ ଜିଲ୍ଲା ତିହିଡି଼ ଥାନା ଅଧିନସ୍ଥ କାଁପଡ଼ା ପଞ୍ଚାୟତର ବାରଣାକୁଳ ଗ୍ରାମରେ ପାରିବାରିକ କଳହରୁ ସ୍ୱାମୀ ଓ ସ୍ତ୍ରୀ ଙ୍କ ଆତ୍ମହତ୍ୟା କରିଥିବା ଜଣାପଡିଛି । ଘଟଣା ସ୍ଥଳରେ ତିହିଡି଼ ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାରକରି ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲ୍ଲା ମେଡିକାଲକୁ ଅଣା ଯାଇଥିବା ପ୍ରାଥମିକ ସୂଚନା ମିଳିଛି।

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନ କାଁପଡା ବାରେଣିକୁଳ ଗାଁର ଉପେନ୍ଦ୍ର ମଳିକ ଓ ତାଙ୍କ ପତ୍ନୀ ମିନତୀ ମଳିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଘର ଭିତରୁ ସ୍ବାମୀ-ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଉପେନ୍ଦ୍ର ଏବଂ ମିନତୀଙ୍କ ଦୁଇ ପୁଅ ରାଜ୍ୟ ବାହାରେ ରୁହନ୍ତି । ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଆର୍ଥିକ ସମସ୍ୟାକୁ ନେଇ ଅସନ୍ତୋଷ ଥିବା ସୂଚନା ମିଳିଛି । ତେବେ ଏହି ଘଟଣାକୁ କେନ୍ଦ୍ରକରି ଉଭୟ ସ୍ୱାମୀ ଓ ସ୍ତ୍ରୀ ଘର ଭିତରେ ଆତ୍ମହତ୍ୟା କରିଥିବା କୁହାଯାଉଛି ।
ଉଭୟ ଆତ୍ମହତ୍ୟା କରିଥିବା ଖବର ସ୍ଥାନୀୟ ଲୋକେ ପୋଲିସକୁ ଦେଇଥିଲେ । ଖବର ପାଇ ତିହିଡି ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଘର ଭିତରୁ ଉଭୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି ପୋଲିସ । ଶବ ବ୍ୟବଚ୍ଛେଦ ପରେ ଉଭୟଙ୍କ ମୃତ୍ୟୁ କେଉଁ କାରଣରୁ ହୋଇଛି ତାହା ସ୍ପଷ୍ଟ ହେବ । ପୋଲିସର ତଦନ୍ତ ପରେ ଦମ୍ପତ୍ତିଙ୍କ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଉଛି ।