ଚନ୍ଦନେଶ୍ବର ୟୁନିଅନ ବ୍ୟାଙ୍କ ଡକାୟତି ଘଟଣାରେ ୬ ଗିରଫ

ବାଲେଶ୍ବର (ସଂକେତ୍ ଟିଭି) ବାଲେଶ୍ବର ଜିଲ୍ଲା ଚନ୍ଦନେଶ୍ବର ୟୁନିଅନ ବ୍ୟାଙ୍କ ଡକାୟତି ଘଟଣାରେ ପୋଲିସ୍ ୬ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ୬ ଲକ୍ଷ ଟଙ୍କା ଆଉ ୩ ଶହ ଗ୍ରାମ ଓଜନର ସୁନା ଅଳଙ୍କାର ଜବତ କରିଛି । ଏଥି ସହ ୩ଟି ବନ୍ଧୁକ, ୪ଟି ମୋଟର ସାଇକେଲ ଜବତ କରିଛି ।

ଗିରଫ ୬ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ଘର ପଶ୍ଚିମବଙ୍ଗରେ ହୋଇଥିବା ବେଳେ ୩ ଜଣ ସ୍ଥାନୀୟ କମର୍ଦା ଅଞ୍ଚଳରେ ବୋଲି ବାଲେଶ୍ବର ଏସପି ସାଗରିକା ନାଥ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏମାନେ ଏକାଧିକ ବ୍ୟାଙ୍କ ଡକାୟତିରେ ସଂପୃକ୍ତ ଥିବା ନେଇ ଏସପି ସୂଚନା ଦେଇଛନ୍ତି । ଏହି ମାମଲାରେ ମୋଟ୍ ୧୨ ଜଣ ସଂପୃକ୍ତ ଅଛନ୍ତି । ସେମାନଙ୍କୁ ଖୁବ୍ ଶିଘ୍ର ଗିରଫ କରାଯିବ ବୋଲି ଏସପି କହିଛନ୍ତି ।

ସୂଚନା ଅନୁସାରେ, ଗତ ଏପ୍ରିଲ ମାସ ୨୬ ତାରିଖ ଦିନ ୟୁନିଅନ ବ୍ୟାଙ୍କର ଚନ୍ଦନେଶ୍ବର ଶାଖାରୁ ବଡ ଧରଣର ବ୍ୟାଙ୍କ ଡକାୟତି ହୋଇଥିଲା । ବନ୍ଧୁକ ଦେଖାଇ ୬ ଜଣ ଡକାୟକ ବ୍ୟାଙ୍କ ଭିତରକୁ ପଶି ୧୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ସହ ୪୫ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିଲେ ।