ମୁହାଁମୁହିଁ ଧକ୍କାହେଲା ଦୁଇଟି ଘରୋଇ ବସ୍‌, ୧୫ ଜଣ ଆହତ

ବାଲେଶ୍ବର (ସଂକେତ୍ ଟିଭି) ବାଲେଶ୍ୱର ସଦର ଥାନା ତାମୁଳିଆ ବ୍ରିଜ ଉପରେ ଦୁଇଟି ଘରୋଇ ବସ୍‌ ମୁହାଁମୁହିଁ ଧକ୍କା ହେବାରୁ ଡ୍ରାଇଭର ସମେତ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ବାଲେଶ୍ୱର ଜିଲ୍ଲା ମୁଖ୍ୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ବୁଧବାର ଦିନ ସକାଳ ସମୟରେ ବାଲେଶ୍ୱର ତାମୁଳିଆ ଓଭରବ୍ରିଜ୍‌ ଉପରେ ଘରୋଇ ବସ୍ ଅଜୟ ଓ ଶ୍ରୀ ଅରବିନ୍ଦ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଅଜୟ ବସଟି ଭୁବନେଶ୍ବରରୁ ବାରିପଦା ଯାଉଥିବା ବେଳେ, ବାଲେଶ୍ବରରୁ ଭୁବନେଶ୍ବର ଯାଉଥିବା ଅରବିନ୍ଦ ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ୨ ବସର ଡ୍ରାଇଭରଙ୍କ ସମେତ ଉଭୟ ଗାଡିରେ ଉପସ୍ଥିତ ଥିବା ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଓ ପୋଲିସ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ।