ତିନୋଟି ମେଡିକାଲ କଲେଜରେ ଅଗ୍ନି ନିରାପତ୍ତା ପାଇଁ ୪୫ ପଦବୀ ମଞ୍ଜୁର

ଭୁବନେଶ୍ବର (ସଂକେତ୍ ଟିଭି) କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ବୁର୍ଲା ଭିଏସ୍ଏସ୍ ମେଡିକାଲ କଲେଜ ଓ ହସ୍ପିଟାଲର ଅଗ୍ନିସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୫ ପଦବୀ ମଞ୍ଜୁର କରିଛନ୍ତି । ଅଗ୍ନିଶମ ବିଭାଗରେ ବିଭିନ୍ନ ସ୍ତରରେ ୪୫ ନୂତନ ପଦବୀକୁ କରାଯାଇଛି ।

ଅଗ୍ନିଶମ ବିଭାଗର ଏହି ନୂତନ ପଦବୀଗୁଡିକ ହେଲା ୩ଟି ଷ୍ଟେସନ୍ ଅଫିସର, ୪ଟି ଲିଡିଙ୍ଗ ଫାୟାରମ୍ୟାନ୍, ୩ଟି ହାବିଲଦାର, ୩ଟି ଫାୟାରମ୍ୟାନ୍ ଡ୍ରାଇଭର ଏବଂ ୩୦ଟି ଫାୟାରମ୍ୟାନ୍ ପଦବୀ । ଏହି ନୂତନ ପଦବୀ ସୃଷ୍ଟି ହେବା ଦ୍ୱାରା ୩ଟି ମେଡିକାଲ କଲେଜ ଓ ହସ୍ପିଟାଲର ଅଗ୍ନି ନିରାପତ୍ତା ଅଧିକ ସୁଦୃଢ ହୋଇପାରିବ ।