’ଆମ ପୋଖରୀ’ ସହରାଞ୍ଚଳ ଜଳାଶୟ ନବୀକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (ସଂକେତ୍ ଟିଭି) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହରାଞ୍ଚଳ ଜଳାଶୟ ନବୀକରଣ କାର୍ଯ୍ୟକ୍ରମ ’ଆମ ପୋଖରୀ’ ଯୋଜନାର ଶୁଭାରମ୍ଭ କରିଛନ୍ତି । ଲୋକସେବା ଭବନ କନଭେସନ ସେଣ୍ଟରରେ ସହରାଞ୍ଚଳ ଜଳାଶୟ ନବୀକରଣ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ରାଜ୍ୟର ସମସ୍ତ ୧୧୫ଟି ପୌରାଞ୍ଚଳରେ ଥିବା ପ୍ରାୟ ୨ ହଜାର ବୃହତ୍‌ ଜଳାଶୟର ନବୀକରଣ କରାଯିବ । ଅବସର ବିନୋଦନ ପାଇଁ ସ୍ବାସ୍ଥ୍ୟପ୍ରଦ ସର୍ବସାଧାରଣ ସ୍ଥାନର ବିକାଶ କରାଯିବ। ମିଶନ ଶକ୍ତି ମହିଳାଙ୍କ ସହଭାଗିତାରେ ପ୍ରକଳ୍ପର ନବୀକରଣ ଓ ରକ୍ଷଣାବେକ୍ଷଣ କରାଯିବ । ପ୍ରାକୃତିକ ଉପାୟରେ ମିତବ୍ୟୟୀ ପରିବେଶ ସୃଷ୍ଟି ସହ ସହରାଞ୍ଚଳ ପାରିପାର୍ଶ୍ବିକ ସ୍ଥିତିର ଅଭିବୃଦ୍ଧି କରାଯିବ।