ଡିଏନ୍ ଗ୍ରୁପ ଉପରେ ଆଇଟି ଚଢାଉ, ୩ ଟ୍ରଙ୍କ ଭର୍ତ୍ତି ଟଙ୍କା ଜବତ
ଭୁବନେଶ୍ବର (ସଂକେତ୍ ଟିଭି) ଆୟକର ବିଭାଗ ପକ୍ଷରୁ ଡିଏନ୍ ହୋମ୍ସ ମୁଖ୍ୟ ଜଗଦୀଶ ନାୟକଙ୍କ ବ୍ୟବସାୟ ପ୍ରତିଷ୍ଠାନ ଉପରେ ରେଡ୍ ହୋଇଛି। ସେପଟେ ଡିଏନ୍ ହୋମ୍ସ ମ୍ୟାନେଜର ଚନ୍ଦ୍ରଶେଖର ପଣ୍ଡାଙ୍କ ଘରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ ହୋଇଛି । ଚନ୍ଦ୍ରଶେଖର ଏକ ସରକାରୀ ଘରେ ଭଡା ନେଇ ରହୁଥିଲେ । ଉକ୍ତ ଭଡ଼ା ଘରୁ ୩୦କୋଟି ଟଙ୍କା ମିଳିଥିବା ସୂଚନା ମିଳିଛି । ଏହି ଟଙ୍କା ସବୁ ତିନୋଟି ଟ୍ରଙ୍କ ଓ ଗୋଟିଏ ଆଟାଚିରୁ ବାହାରିଛି ।
ଟଙ୍କାଗଣା ମେସିନ ସାହାଯ୍ୟରେ ଗଣା ଚାଲିଛି ଜାଲ୍ ନୋଟ୍। ସବୁଠାରୁ ବଡ଼କଥା ହେଉଛି ୧୦୦ କୋଟିରୁ ଉର୍ଦ୍ଧ ଟଙ୍କାର ମିଳିଲା କ୍ୟାସ ରିସପଟ। ବିଭିନ୍ନ ଲୋକଙ୍କ ଠାରୁ ନେଣ ଦେଣ ହୋଇଥିବା ରିସିପ୍ଟକୁ ନେଇ ଖୋଳତାଡ଼ ଚାଲିଛି। ରିସିପ୍ଟ ଗୁଡିକ ଗଣା ଚାଲିଥିବା ବେଳେ, ଚଢ଼ାଉ ପ୍ରକ୍ରିୟା ଜାରି ରହିଛି। ଏନେଇ ଆୟକର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପଟେ ଅସଲି ଟଙ୍କାଗୁଡିକୁ ୟୁନିଟ-୪ କ୍ବାର୍ଟରରୁ ନେଇଛି ଆଇଟି ବିଭାଗ। ଖୁବଶୀଘ୍ର ଘଟଣାର ତଦନ୍ତ କରିବ ଇଡି। ଟିକସ ଫାଙ୍କିବା ଅଭିଯୋଗରେ ଆୟକର ବିଭାଗ ୨୨ ସ୍ଥାନରେ ଏକକାଳୀନ ରେଡ୍ କରିଥିଲା । ୧୦ରୁ ୧୨ ଜଣ ଆଇଟି ଅଧିକାରୀ ଏହି ଚଢ଼ାଉରେ ସାମିଲ୍ ଅଛନ୍ତି ।
ଯେଉଁଭଳି ଭାବେ ଡିଏନ ଗ୍ରୁପ ୨୦୦୩ମସିହାରୁ ୨୦୨୩ମସିହା ଭିତରେ ପାଖାପାଖି ୮୦୦କୋଟିର ମାଲିକାନା ସହ ଅନେକ ପ୍ରୋଜେକ୍ଟ ହାତକୁ ନେଇଛି ଏନେଇ ଏହି ଗ୍ରୁପ ଆୟକର ଟିମ୍ ସ୍କାନରରେ ଥିଲା । ତେବେ ଦୀର୍ଘ ଦିନ ଧରି ଆୟକର ଖିଲାପ ବା ଆୟକର ଭରିବା ଓ ବ୍ୟବସାୟ ନେଇ ସ୍କାନରରେ ଏହି ଗ୍ରୁପ ଥିଲା । କାରଣ ଏହି ଗ୍ରୁପର ଅନେକ ବଡ଼ବଡ଼ ପ୍ରୋଜେକ୍ଟ ରହିଛି । ଡିଏନ୍ ଅକ୍ସିପାର୍କ ,ଡିଏନ୍ ଉଇସଡମ୍ ସ୍କୁଲ, ଡିଏନ ରେଗାଲିଆ ମଲ, ଭିଭନ୍ତ ରେଗାଲିଆ, ଡିଏନ ଫାରିଟେଲ ଭଳି ଅନେକ ପ୍ରୋଜେକ୍ଟ ରହିଛି । ସେହିପରି ପଟିଆରେ କିଛି ସିଫୁଡ୍ ବିଜନେସ ମଧ୍ୟ ରହିଛି ।