୬ଜିଲ୍ଲାର ନୂଆ ବିଜେଡି ସଭାପତି ନିଯୁକ୍ତ, ଅଶ୍ବିନୀ ପାତ୍ର ବାଲେଶ୍ବର ବିଜେଡି ଜିଲ୍ଲା ସଭାପତି
ଭୁବନେଶ୍ବର (ସଂକେତ୍ ଟିଭି) ବିଜୁ ଜନତା ଦଳ ଆଜି ୬ଜିଲ୍ଲାର ନୂଆ ସଭାପତି ନିଯୁକ୍ତ କରିଛି। ଅଶ୍ବିନୀ କୁମାର ପାତ୍ର ବାଲେଶ୍ବର ଜିଲ୍ଲା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲାର ବିଜେଡି ସଭାପତି ନୃସିଂହ ଚରଣ ସାହୁ ହୋଇଥିବା ବେଳେ ଦେବୀ ପ୍ରସାଦ ଭୁତିଆଙ୍କୁ ଢେଙ୍କାନାଳ ଜିଲ୍ଲାର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରାଯାଇଛି। ଝିହ୍ନା ହିକ୍କା କୋରାପୁଟ ଜିଲ୍ଲା ସଭାପତି ହୋଇଥିବା ବେଳେ ପ୍ରଶାନ୍ତ ଗୁପ୍ତାଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରାଯାଇଛି। ପ୍ରଭାସ କୁମାର ସିଂହକୁ ବରଗଡ଼ ଜିଲ୍ଲା ସଭାପତି ଦାୟିତ୍ବ ଦିଆଯାଇଥିବା ବେଳେ ସୁଶାନ୍ତ ମହାପାତ୍ର ( ଜାପାନୀ)ଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରାଯାଇଛି। ଅନ୍ୟପକ୍ଷରେ, ହଲୁ ମୁଣ୍ଡାରିଙ୍କୁ ରାଉରକେଲାର ଜିଲ୍ଲା ସଭାପତି ଭାବେ ନିଯୁକ୍ତ କରାଯାଇଛି। ରବି ସିଂହକୁ ଝାରସୁଗୁଡ଼ାର ଜିଲ୍ଲା ସଭାପତି ଦାୟିତ୍ବ ଦିଆଯାଇଛି।
