ଆଇପିଏସସ୍ତରରେ ବଡ ଧରଣର ଅଦଳବଦଳ

ଭୁବନେଶ୍ୱର (ସଂକେତ୍ ଟିଭି) ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ସାର୍ଥକ ଷଡ଼ଙ୍ଗୀଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ନିଯୁକ୍ତ କରାଯାଇଥିବାବେଳେ ସଫିନ ଅହମ୍ମଦ. କେଙ୍କୁ କ୍ରାଇମବ୍ରାଞ୍ଚ ଆଇଜି ଭାବେ ଦାୟିତ୍ବ ଦିଆଯାଇଛି । ସେହିପରି ୨୦୦୮ ବ୍ୟାଚ ଆଇପିଏସ ସତ୍ୟଜିତ ନାୟକ ଏଚଆରପିସି ଡିଆଇଜି ଭାବେ ନିଯୁକ୍ତି ହୋଇଛନ୍ତି ।

କ୍ରାଇମବ୍ରାଞ୍ଚ ସିବିସିଆଇଡି ଦାୟିତ୍ବରେ ଥିବା ଅମିତେନ୍ଦ୍ର ସିହ୍ନା କେନ୍ଦ୍ରୀୟ ଡେପୁଟେସନ ଯିବା ପରେ ତାଙ୍କ ସ୍ଥାନରେ ୨୦୦୩ ବ୍ୟାଚର ସଫିନ ଅହମ୍ମଦଙ୍କୁ ବଦଳି କରାଯାଇଛି । ୨୦୧୧ ବ୍ୟାଚ ବି ଯୁଗଳ କିଶୋରଙ୍କୁ ଏଆଇଜିପି ହେଡକ୍ବାର୍ଟର ବଦଳି ହୋଇଛି । ସେହିପରି ୨୦୧୫ବ୍ୟାଚ ଆଇପିସି ରାହୁଲ ଜୈନଙ୍କୁ ନୟାଗଡ ଏସପି ଭାବେ ବଦଳି ହୋଇଛି । ମିହିର କୁମାର ପଣ୍ଡାଙ୍କୁ ଏସପି କଟକ ଭାବେ ନିଯୁକ୍ତି ଦିଆଯାଇଛି ।

ସେହିପରି 85 ଜଣ ପୋଲିସ ଅଧିକାରୀଙ୍କୁ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ବଦଳି କରାଯାଇଛି । ସେହିପରି 909ଜଣ ଏଏସଆଇଙ୍କୁ ମଧ୍ୟ ବିଭିନ୍ନ ଜିଲ୍ଲାକୁ ବଦଳି କରାଯାଇଛି । ଯେହେତୁ ଆଗକୁ ନିର୍ବାଚନ ଅଛି । ନିର୍ବାଚନ କମିଶନଙ୍କ ନିୟମ ଅନୁସାରେ ଯେଉଁ ଅଧିକାରୀ 3ବର୍ଷରୁ ଅଧିକ ସେହି ଜିଲ୍ଲାରେ ଥିଲେ ସେମାନଙ୍କୁ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ବଦଳି କରାଯାଇଥାଏ ।