ପୁନର୍ଗଠିତ ହେଲା ବାଲେଶ୍ୱର ଜିଲ୍ଲା ବିଜେଡି କମିଟି

ଭୁବନେଶ୍ବର (ସଂକେତ ଟିଭି ) ବାଲେଶ୍ୱର ଜିଲ୍ଲା ବିଜେଡି କମିଟି ପୁନର୍ଗଠିତ ହୋଇଛି । ଅଶ୍ୱିନୀ କୁମାର ପାତ୍ରଙ୍କୁ ପୂର୍ବରୁ ଜିଲ୍ଲା ବିଜେଡି ସଭାପତି ଭାବରେ ନିଯୁକ୍ତ କରାଯାଇଥିଲା । ଆଜି ୪ଜଣ ବିଜେଡି ନେତାଙ୍କୁ ବରିଷ୍ଠ ଉପସଭାପତି ଦାୟିତ୍ବ ମିଳିଛି । ଗୌରୀ କୁମାର ରାଉତ, ବରଦା ପ୍ରସନ୍ନ ପଟ୍ଟନାୟକ, ସନ୍ତୋଷ ଖଟୁଆ, ପ୍ରଭାତ କୁମାର ବିଶ୍ବାଳ ବରିଷ୍ଠ ଉପସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ।

ସେହିପରି ୯ ଜଣ ଉପସଭାପତି, ବରିଷ୍ଠ ବିଜେଡି ନେତା ଭୂବନାନନ୍ଦ ଦାସଙ୍କ ସମେତ ୧୬ ସାଧାରଣ ସଂପାଦକ, ୨୨ ଜଣ ସଂପାଦକ, ୨୩ ଜଣ ଯୁଗ୍ମ ସଂପାଦକ ନିଯୁକ୍ତ ହୋଇଛନ୍ତି । ସେହିପରି ଜଣେ ଲେଖାଏ ଟ୍ରେଜରର ଓ ମିଡିଆ କୋ-ଅର୍ଡିନେଟର ନିଯୁକ୍ତ ହୋଇଛନ୍ତି । ଏନେଇ ବିଜେଡି ସାଧାରଣ ସଂପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ।