ଭାରସାମ୍ୟ ହରାଇ ରେଳ ଲାଇନକୁ ମାଡ଼ିଗଲା ବସ୍

ସମ୍ବଲପୁର (ସଂକେତ ଟିଭି) ସମ୍ବଲପୁର ଲକ୍ଷ୍ମୀ ଡୁଙ୍ଗୁରୀ ନିକଟରେ ରେଲଓ୍ବେ ଟ୍ରାକ ଉପରକୁ ଘରୋଇ ବସ୍ ନଡିଆ ରାଣୀ ଚଢିଯାଇଥିଲା । ଦୁର୍ଘଟଣାରେ କିଛି ଯାତ୍ରୀ ଆହତ ହୋଇଥିବାବେଳେ ହେଲପରଙ୍କ ଗୋଡ ଛିଣ୍ଡିଯାଇଛି । ବସ୍‌ଟି ଟ୍ରାକ ଉପରେ ଥିବାରୁ ରେଳ ଅଟକି ରହିଛି । କୋଲକାତା-ମୁମ୍ବାଇ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ଭୁବନେଶ୍ବରରୁ ବରଗଡ଼ ଆସୁଥିବା ନଡ଼ିଆରାଣୀ ବସ୍ ଭାରସାମ୍ୟ ହରାଇ ସମ୍ବଲପୁରସ୍ଥିତ ଲକ୍ଷ୍ମୀଡୁଙ୍ଗୁରୀ ନିକଟରେ ରେଳ ଲାଇନକୁ ମାଡ଼ିଯାଇଥିଲା। ୧୦ ସେକେଣ୍ଡ ପୂର୍ବରୁ ସେହି ଲାଇନରେ ଏକ ମାଲବାହୀ ଟ୍ରେନ୍ ଯାଇଥିଲା। ଫଳରେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି ବସ୍। ଯଦି ବସଟି ଟିକିଏ ବିଳମ୍ବରେ ରେଳଲାଇନରେ ପିଟି ହୋଇଥାଆନ୍ତା ତେବେ ବଡ଼ ଅଘଟଣ ଘଟିଥାଆନ୍ତା।

ଦୁର୍ଘଟଣା ପରେ ଟ୍ରେନ ଲାଇନ ନିକଟରେ ବସଟି ପଡ଼ିଥିଲା। ଏହି କାରଣରୁ ଟ୍ରେନଗୁଡ଼ିକ ଅନ୍ୟ ଟ୍ରାକରେ ଚଳାଚଳ କରୁଥିଲା। କ୍ରେନ୍ ଜରିଆରେ ବସଟି ହଟାଯିବା ପରେ ରେଳ ଚଳାଚଳ ସ୍ବାଭାବିକ ହୋଇଛି।