ସମୁଦ୍ରରେ ୪୦୦ ସ୍ଥାନ ଏବେ ଡେଡ୍ ଜୋନ

ନୂଆଦିଲ୍ଲୀ (ସଂକେତ ଟିଭି ) ସାରା ଦୁନିଆର ସମୁଦ୍ର ଏବେ ପ୍ଲାଷ୍ଟିକରେ ଭର୍ତ୍ତି । ମଣିଷ ଯେତେ ଶୀଘ୍ର ଆଉ ଯେପରି ଭାବେ ସମୁଦ୍ରକୁ କ୍ଷତି ପହଞ୍ଚାଉଛି, ତାହା ଲଜ୍ଜାଜନକ । ପୃଥିବୀ ମଣିଷକୁ ବଞ୍ଚିବା ପାଇଁ ପାଣି, ମାଟି, ପବନ, ଗଛ, ଖାଦ୍ୟସବୁ କିଛି
ଦେଇଛି, କିନ୍ତୁ ମଣିଷ ଏହା ବଦଳରେ ପୃଥିବୀକୁ କେବଳ ବର୍ବାଦ କରିଛି, ବାରୁଦ ଦେଇଛି, ପ୍ରଦୂଷଣ ଦେଇଛି । ଆଉ ଏତେ ଅଧିକ ପ୍ଲାଷ୍ଟିକ ଦେଇଛି ଯେ ହଜାର ବର୍ଷ ଯାଏ ଯେଉଁଠାକୁ ଯିବେ ସେହି ସ୍ଥାନରେ ଜୀବନର ସମ୍ଭାବନାକୁ ଶେଷ କରିଦେବ ।
ଭୂମି ଆଉ ସମୁଦ୍ରର ଦୂରତା ବି ବେଶି ନାହିଁ ।

ସାଇନ୍ସ ଆଲର୍ଟର ରିପୋର୍ଟ ଅନୁସାରେ, ପ୍ରତିବର୍ଷ ୧୨ ମିଲିୟନ ମେଟ୍ରିକ୍‌ ଟନ୍‌ ପ୍ଲାଷ୍ଟିକ୍‌ ମଣିଷ ଦ୍ୱାରା ସମୁଦ୍ରରେ ପକାଯାଉଛି । ଏହି ପ୍ଲାଷ୍ଟିକ୍‌ କେବଳ ମାଛଙ୍କୁ ମାରୁ ନାହିଁ ବରଂ ସମୁଦ୍ରକୁ ଧୀରେ ଧୀରେ ନଷ୍ଟ କରିବାକୁ ଲାଗିଛି । ଏନଭାୟରମେଣ୍ଟାଲ ପ୍ରୋଟେକ୍ସନ ଏଜେନ୍ସି ଏକ ସଦ୍ୟତମ ରିପୋର୍ଟରେ କହିଛି ଯେ ପ୍ରତି ବର୍ଷ ୮ରୁ ୧୨ ମେଟ୍ରିକ୍‌ ଟନ୍‌ ପ୍ଲାଷ୍ଟିକ୍‌ ସମୁଦ୍ରରେ ପକାଯାଉଛି । ଅନ୍ୟପଟେ ସାରା ଦୁନିଆର ସମୁଦ୍ରରେ ବର୍ତ୍ତମାନ ସମୟରେ ପ୍ରାୟ ୫୧ ଟ୍ରିଲିୟନ ପ୍ଲାଷ୍ଟିକ୍‌ ଭାସମାନ ଅବସ୍ଥାରେ ରହିଛି ।

ଏହି ରିପୋର୍ଟ ଅନୁସାରେ ପ୍ରତି ବର୍ଗ ମାଇଲରେ ୪୬୦୦୦ ପ୍ଲାଷ୍ଟିକ୍‌ ଭାସମାନ ସ୍ଥିତିରେ ରହିଛି । କାଲିଫର୍ଣ୍ଣିଆ ଏବଂ ହୱାଇ ମଧ୍ୟରେ ଯେଉଁ ସମୁଦ୍ର ପଡେ ସେଠାରେ ଦୁଇଟି ସ୍ଥାନ ଏପରି ରହିଛି ଯେଉଁଠି ସବୁଠୁ ଅଧିକ ପ୍ଲାଷ୍ଟିକ ଆବର୍ଜନା ଏକାଠି ହୁଏ ।
ସୃଷ୍ଟି ହେଲାଣି ୪୦୦ ଡେଡ୍‌ ଜୋନ୍‌ ଡେଡ୍‌ ଜୋନ ସେହି ସ୍ଥାନକୁ କୁହାଯାଏ ଯେଉଁଠି ପାଣିରେ ଅକ୍ସିଜେନର ମାତ୍ରା କମ କିମ୍‌ୱା ନଥିବା ସହ ସମାନ ରହିଥାଏ । ବିଜ୍ଞାନ ଭାଷାରେ କିଛି ଏହାକୁ ହାଇପୋକ୍ସିକ ଜୋନ କହିଥାନ୍ତି । ବର୍ତ୍ତମାନ ସମୟରେ
ଦୁନିଆରେ ଏପରି ଜୋନ ସଂଖ୍ୟା ୪୦୦ ରହିଛି । ଏଠାରେ ମାଛଙ୍କ ନିଶ୍ୱାସ ନେବା ପାଇଁ ମଧ୍ୟ ଅକ୍ସିଜେନ ନଥାଏ ।

ରିପୋର୍ଟ ଅନୁସାରେ ସମୁଦ୍ରରେ ସବୁଠୁ ଅଧିକ ପ୍ଲାଷ୍ଟିକ ପକାଉଥିବା ଦେଶ ମଧ୍ୟରେ ସବୁଠୁ ଉପରେ ଫିଲିପିନ୍ସ ରହିଛି । ବର୍ଷକୁ ପ୍ରାୟ ୩,୫୬,୩୭୧ ମେଟ୍ରିକ୍‌ ଟନ୍‌ ପ୍ଲାଷ୍ଟିକ ସମୁଦ୍ରକୁ ଛଡାଥାଏ । ଦ୍ୱିତୀୟରେ ଭାରତ ରହିଛି, ଯିଏ ପ୍ରତି ବର୍ଷ ୧୨୬,୫୧୩ ମେଟ୍ରିକ୍‌ ଟନ୍‌ ପ୍ଲାଷ୍ଟିକ ବର୍ଜ୍ୟ ସମୁଦ୍ରକୁ ଛାଡିଥାଏ ।