ବ୍ରହ୍ମପୁର ରେଳ ଷ୍ଟେସନରେ ବିବେକ ଏକ୍ସପ୍ରେସ ଟ୍ରେନରେ ନିଆଁ

ବ୍ରହ୍ମପୁର (ସଂକେତ ଟିଭି) ବ୍ରହ୍ମପୁର ରେଳ ଷ୍ଟେସନରେ ଡିବୃଗଡରୁ କନ୍ୟାକୁମାରୀ ଯାଉଥିବା ବିବେକ ଏକ୍ସପ୍ରେସରେ ଧୁଆଁ ବାହାରୁଥିବା ଦେଖି ଯାତ୍ରୀମାନେ ଛାନିଆଁ ହୋଇଥିଲେ । ଧୂଆଁ ଦେଖି ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ପଡିଥିଲେ । ବ୍ରହ୍ମପୁର ରେଳ ଷ୍ଟେସନରେ ଥିବା କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି ।

ସୂଚନା ଅନୁସାରେ, କୌଣସି ଏକ ଜରି ଅଖାରୁ ଟ୍ରେନ୍‌ର ଏସ୍‌-10 ବଗିରେ ନିଆଁ ଲାଗିଥିଲା । ବ୍ରହ୍ମପୁର ରେଳ ଷ୍ଟେସନରୁ ଅଧ କିଲୋମିଟର ଦୂରରେ ଟ୍ରେନ୍‌ରେ ଅଗ୍ନିକାଣ୍ଡ ଘଟିବା ପରେ ଯାତ୍ରୀମାନେ ଚେନ୍‌ ଟାଣି ଅଟକାଇଥିଲେ । ବରିଷ୍ଠ ରେଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଚଳାଇଛନ୍ତି । କେଉଁ କାରଣରୁ ନିଆଁ ଲାଗିଲା ତାହା ଜଣାପଡିନାହିଁ । ନିଆଁ ଲାଗିବା ପରେ ବଗିରୁ ଭୟରେ ସମସ୍ତ ଯାତ୍ରୀ ଓହ୍ଲାଇ ପଡ଼ିଥିଲେ।