ରାହୁଲ ଗାନ୍ଧୀଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ପୁର୍ଣ୍ଣେସ ମୋଦି
ନୂଆଦିଲ୍ଲୀ (ସଂକେତ ଟିଭି) କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ମୋଦୀ ସାଙ୍ଗିଆକୁ ନେଇ ଅଦାଲତରେ ଆବେଦନ କରିଥିବା ପୁର୍ଣ୍ଣେସ ମୋଦି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହି ଆବେଦନରେ ପୁର୍ଣ୍ଣେସ ମୋଦି କହିଛନ୍ତି ଯେ, ଯଦି ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟରେ ଗୁଜରାଟ ହାଇକୋର୍ଟଙ୍କ ରାୟ ବିରୋଧରେ ମାମଲା ଦାୟର କରୁଛନ୍ତି । ତେବେ ତାଙ୍କ ପକ୍ଷ ଶୁଣିବା ଦରକାର । ବିନା କୌଣସି ପକ୍ଷ ନଶୁଣି ଆଦେଶ ଜାରି ନକରାଯାଉ ।
ଏହି ମାମଲାରେ ତଳ କୋର୍ଟ ଦେଇଥିବା ୨ ବର୍ଷର ସଜା ଉପରେ ରୋକ ଲଗାଇବାକୁ ଗୁଜୁରାଟ ହାଇକୋର୍ଟ ମନା କରିଦେଇଥିଲେ । ଯାହାପରେ ରାହୁଲ୍ ଗାନ୍ଧୀ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । କିନ୍ତୁ ଆବେଦନକାରୀ ସୁପ୍ରିମକୋର୍ଟରେ ଏକ କେବିୟଟ ମାମଲା ଦାୟର କରିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ରାହୁଲ ଗାନ୍ଧୀ ୨୦୧୯ ଏପ୍ରିଲ ୧୩ରେ କର୍ଣ୍ଣାଟକର କୋଲାରରେ ଏକ ନିର୍ବାଚନୀ ରାଲିକୁ ସମ୍ୱୋଧିତ କରି ଟିପ୍ପଣୀ କରିଥିଲେ ଯେ ସବୁ ଚୋରଙ୍କ ସମାନ ସାଙ୍ଗିଆ ମୋଦୀ କାହିଁକି ? ଏହା ଉପରେ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ ଏତଲା ଦେଇଥିଲେ । ମାମଲାରେ ସୁରଟର ମେଟ୍ରୋପୋଲିଟନ ମାଜିଷ୍ଟ୍ରେଟ୍ କୋର୍ଟ ମାର୍ଚ୍ଚ ୨୩ରେ ରାହୁଲ ଗାନ୍ଧୀଙ୍କୁ ଆଇପିସିର ଧାରା ୪୯୯ ଏବଂ ୫୦୦ ଅନୁସାରେ ଦୋଷୀ ସାବ୍ୟସ୍ତ କରାଇ ଦୁଇ ବର୍ଷର ଜେଲ ଦଣ୍ଡ ଶୁଣାଇ ଥିଲେ ।