ବାହାନଗା ରେଳ ଦୁର୍ଘଟଣା : ୭ ରେଳ କର୍ମଚାରୀ ନିଲମ୍ବିତ

ବାଲେଶ୍ବର (ସଂକେତ ଟିଭି) ବାହାନଗା ଟ୍ରେନ୍ ଦୁର୍ଘଟଣା ସହିତ ଜଡ଼ିତ ୭ ଜଣ ରେଳ କର୍ମଚାରୀଙ୍କୁ ରେଳ ମନ୍ତ୍ରାଳୟ ନିଲମ୍ବନ କରିଛନ୍ତି। ନିଲମ୍ବିତ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ସିବିଆଇ ଗିରଫ କରିଥିବା ୩ ଜଣ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି। ଏନେଇ ରେଳବାଇ ମହାପ୍ରବନ୍ଧକ ଅନୀଲ କୁମାର ମିଶ୍ର ସୂଚନା ଦେଇଛନ୍ତି ।

ଗତ ଜୁନ୍‌ ୨ ତାରିଖରେ ଘଟିଥିବା ଏହି ଦୁର୍ଘଟଣାରେ ଷ୍ଟେସନ ମାଷ୍ଟର, ଟ୍ରାଫିକ ଇନ୍ସପେକ୍ଟର ଓ ମେଣ୍ଟେନରଙ୍କ ଭୂମିକା ମଧ୍ୟ ଥିଲା। ତେଣୁ ରେଳବାଇ ସେମାନଙ୍କୁ ମଧ୍ୟ ନିଲମ୍ବନ କରିଛି। ସୂଚନାଯୋଗ୍ୟ ଯେ, ଗତ ଜୁନ୍‌ ୨ ତାରିଖରେ ବାଲେଶ୍ବର ଜିଲ୍ଲା ବାହାନଗାରେ ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧ ହଜାରରୁ ଅଧିକ ଆହତ ହୋଇଥିଲେ । ରେଳ ଦୁର୍ଘଟଣାରେ ମୃତ ୧୯୩ ଜଣଙ୍କ ମଧ୍ୟରେ ଏବେବି ୪୧ ଜଣଙ୍କ ମୃତଦେହ ଏମସ ନିକଟରେ କଣ୍ଟେନର ଭିତରେ ପଡି ରହିଥିଲା । ଏହାରି ଭିତରେ ଆଉ ୧୦ ଜଣଙ୍କର ଡିଏନଏ ଟେଷ୍ଟ ରିପୋର୍ଟ ଆସିସାରିଛି । ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି ।