ଘରେ ପଶି ଛାତ୍ରୀଙ୍କ ଗଳାକାଟି ହତ୍ୟା
ବଲାଙ୍ଗିର (ସଂକେତ ଟିଭି) ଘରେ ପଶି ଛାତ୍ରୀଙ୍କ ଗଳାକାଟି ହତ୍ୟା । ବଲାଙ୍ଗୀର ସେଣ୍ଟ୍ରାଲ ସ୍କୁଲ ନିକଟ ନିଖିଳନଗରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ଯୁବତୀ ଜଣଙ୍କ ହେଉଛନ୍ତି ଶେଷାଦ୍ରୀ ନାଗ । ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପାଠ ପଢୁଥିଲେ ଶେଷାଦ୍ରୀ ।
ସେ ବୁଧବାର ଦିନ ଜେଏସଏମ କମର୍ସ କଲେଜରେ ଯୁକ୍ତ ଦୁଇରେ ନାମ ଲେଖାଇଥିଲେ । ଯୁବତୀଙ୍କ ବାପା-ମା’ ଦିନ ମଜୁରିଆ । ତେବେ ଘରେ କେହି ନଥିବାର ସୁଯୋଗ ନେଇ ଝିଅକୁ କେହି ହତ୍ୟା କରିଥିବା ବାପା ମକତଧ୍ବଜ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ଖବର ପାଇ ଟାଉନ ଥାନା ପୋଲିସ ସହ ଏସପି ହୃଷିକେଶ ଖିଲାରୀ ଘଟଣାସ୍ଥଳରେ ଛାନଭିନ ଆରମ୍ଭ କରିଛନ୍ତି । ତେବେ ହତ୍ୟାକାଣ୍ଡର କାରଣ ଏବେ ବି ଅସ୍ପଷ୍ଟ ରହିଛି ।