ଅନଲାଇନ ଋଣ ଜାଲରେ ପଡି ଦୁଇ ପୁଅଙ୍କୁ ବିଷ ଦେଇ ଜୀବନ ହାରିଲେ ବାପା ମାଆ

ଭୋପାଳ (ସଂକେତ ଟିଭି) ଋଣ ବୋଝ ସହିନପାରି ଗୋଟିଏ ପରିବାରର ୪ ଜଣ ଜୀବନ ହାରିଛନ୍ତି । ପ୍ରଥମେ ୮ ବର୍ଷ ଓ ୩ ବର୍ଷର ଦୁଇ ପୁଅଙ୍କୁ ବିଷ ଦେବା ପରେ ପତି ଓ ପତ୍ନୀ ଦୁଇ ଜଣ ଆତ୍ମହତ୍ୟା କରିଛନ୍ତି । ଭୋପାଳରୁ ନଜର ଆସିଛି ଏଭଳି ଅଭାବନୀୟ ଘଟଣା ।

ସୂଚନା ଅନୁସାରେ, ଭୋପାଳ ରାତିବଡି ଥାନା କ୍ଷେତ୍ର ନିଲବଡ ଅଞ୍ଚଳରେ ଚନ୍ଦ୍ରପ୍ରକାଶ ପାଣ୍ଡେ ରହୁଥିଲେ । ଘରୋଇ ଇନସ୍ୟୁରାନ୍ସ କମ୍ପାନରେ କାମ କରୁଥିଲେ ଚନ୍ଦ୍ରପ୍ରକାଶ । ତେବେ ସେହି କମ୍ପାନୀ କ୍ଷତିରେ ଚାଲୁଥିଲା। ଆଉ ଏହି କମ୍ପାନୀ କ୍ଷତିରେ ଚାଲିଥିବାରୁ ଚନ୍ଦ୍ରପ୍ରକାଶ ଋଣ ନେଇଥିଲେ । କିନ୍ତୁ ଋଣ ଠିକ ସମୟରେ ସୁଝିନପାରିବାରୁ ତାଙ୍କ ମାନସିକ ଚିନ୍ତା ବଢିଯାଇଥିଲା। ପୂରା ପରିବାର ବିଷାଦରେ ରହୁଥିଲେ ।

ବାଧ୍ୟହୋଇ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଗଲେ । ପ୍ରଥମେ ୮ ବର୍ଷ ଓ ୩ ବର୍ଷର ଦୁଇ ପୁଅଙ୍କୁ ବିଷ ଦେବା ପରେ ଚନ୍ଦ୍ରପ୍ରକାଶ ଓ ତାଙ୍କ ପତ୍ନୀ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ସେପଟେ ପୋଲିସ ପହଞ୍ଚି ସୁଇସାଇଡ୍ ନୋଟ୍ ଓ ସଲଫାସ୍ ବଟିକା ଜବତ କରିବା ସହ ସମସ୍ତ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି ।

ସୁଇସାଇଡ୍ ନୋଟ୍‌ରେ ଲେଖାହୋଇଛି ଯେ, ମୁଁ କ’ଣ କରିବି ଏବଂ ବୁଝିପାରୁନି । ମୁଁ ଜାଣେ ନାହିଁ କାହାର ଆମ ଛୋଟିଆ ପରିବାରକୁ କାହାର ନଜର ଲାଗିଯାଇଛି । ମୁଁ ଓ ମୋର ପୂରା ପରିବାର ସଦସ୍ୟଙ୍କୁ ସମସ୍ତଙ୍କୁ କ୍ଷମା ମାଗିଛୁ । ମୋର ଛୋଟିଆ ଭୁଲ ହେତୁ, ଆମ ସହିତ ଜଡିତ ସମସ୍ତ ଲୋକ ସମସ୍ୟା ଭୋଗିଲେ ।

ସେ ଲେଖିଛନ୍ତି ଯେ ଅଧିକ ରୋଜଗାର ପାଇଁ ମୁଁ ଏକ ଅନଲାଇନ୍ କମ୍ପାନୀର ସମ୍ପର୍କରେ ଆସିଥିଲି। ମୁଁ କିପରି ସେହି କମ୍ପାନୀର ଋଣ ଜାଲରେ ଫସିଗଲି ତାହା ମୋତେହା ମଧ୍ୟ ଜଣା ନାହିଁ | ଧୀରେ ଧୀରେ ଋଣର ଭାର ମୋ ଉପରେ ବଢିବାକୁ ଲାଗିଲା । ମୁଁ ଏ ବିଷୟରେ କାହାକୁ ଜଣାଇବାକୁ ସକ୍ଷମ ନଥିଲି । ମୋ ପତ୍ନୀ ମଧ୍ୟ ଏ ବିଷୟରେ ଜାଣି ନଥିଲେ।

ବର୍ତ୍ତମାନ କମ୍ପାନୀର ଲୋକମାନେ ମୋତେ ବ୍ଲାକମେଲ କରୁଥିଲେ। ସେମାନେ ମୋ ଫୋନକୁ ହ୍ୟାକ୍ କରିଥିଲେ । ଆମର ସମ୍ପର୍କୀୟ ଏବଂ ପରିଚିତମାନଙ୍କୁ ମଧ୍ୟ ମେସେଜ୍ କରିବା ଆରମ୍ଭ କରିଥିଲେ । କମ୍ପାନୀର ରିକଭରି ଏଜେଣ୍ଟମାନେ ଆମକୁ ନିରନ୍ତର ଧମକ ଦେଉଥିଲେ । ସାଇବର ଅପରାଧ ଶାଖାରେ ମୁଁ ଏ ବିଷୟରେ ଅଭିଯୋଗ କରିଥିଲି। ବର୍ତ୍ତମାନ ମୁଁ କାହାକୁ ମୋର ମୁହଁ ଦେଖାଇ ପାରୁନଥିଲି । ଏହା ପରେ ସମଗ୍ର ପରିବାରକୁ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲି ।

ଏଥି ସହିତ, ଆତ୍ମହତ୍ୟା ନୋଟ ଶେଷରେ ସେ ଲେଖିଛନ୍ତି ଯେ ଆମର ଶେଷ ଇଚ୍ଛା ହେଉଛି ସମଗ୍ର ପରିବାରକୁ ଏକା ସହିତ ଶବଦାହ କରାଯାଉ। ଏହା ସହିତ ସୁଇସାଇଟ୍ ନୋଟରେ ତାଙ୍କ ଶରୀରକୁ ପୋଷ୍ଟ ମର୍ଟମ ନ କରିବା ପାଇଁ ସେ ଅନୁରୋଧ କରିଛନ୍ତି ।