୧୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ସହିଦନଗର ଥାନା ଏଏସଆଇ
ଭୁବନେଶ୍ବର (ସଂକେତ ଟିଭି) ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସହିଦନଗର ଥାନା ଏଏସଆଇ ମମତା ବସ୍ତିଆ ଭିଜିଲାନ୍ସ ହାବୁଡରେ ପଡିଛନ୍ତି । ତାଙ୍କୁ ଭିଜିଲାନ୍ସ ଗିରଫ କରିଛି ।
ଏକ ମାମଲାର ରଫାଦଫା ପାଇଁ ମମତା ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ମାମଲାରେ ସହଯୋଗ ପାଇଁ ଏତଲାକାରୀଙ୍କ ଠାରୁ ଲାଞ୍ଚ ନେଉଥିଲେ । ଭିଜିଲାନ୍ସ ସମସ୍ତ ଲାଞ୍ଚ ଟଙ୍କା ଜବତ କରିଛି । ମମତା ବସ୍ତିଆଙ୍କ ନାମରେ ପୂର୍ବରୁ ଲାଞ୍ଚ ନେଉଥିବା ଅଭିଯୋଗ ରହିଥିଲା। ସହିଦନଗର ଥାନାରେ ଭିଜିଲାନ୍ସ ଟିମ୍ ଛାନଭିନ୍ କରିଛି । ତେବେ ଏଏସଆଇ ମମତା ବସ୍ତିଆଙ୍କ ଦୁଇଟି ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ଚଢାଉ କରିଥିବା ସୂଚନା ରହିଛି ।