ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ କଲା ସମ୍ପର୍କୀୟ ମାମୁଁ

ବାରିପଦା (ସଂକେତ ଟିଭି) ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ କଲା ସମ୍ପର୍କୀୟ ମାମୁଁ । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଂଚଳରୁ ଏଭଳି ଘଟଣା ସାମନାକୁ ଆସିଛି । ପୀଡ଼ିତାଙ୍କ ମାଆଙ୍କ ଅଭିଯୋଗକୁ ଭିତ୍ତି କରି ସ୍ଥାନୀୟ ଥାନାରେ ୧୮୯/୨୩ରେ ଏକ ମାମଲା ରୁଜ କରାଯାଇଥିବା ଜଣାଯାଇଛି । ପୀଡ଼ିତାଙ୍କ ମାଆଙ୍କ ଅଭିଯୋଗ କ୍ରମେ ସମ୍ପର୍କୀୟ ମାମୁଁଙ୍କୁ ପୋଲିସ ଗିରଫ କରିଛି ।

ଅଭିଯୋଗ ଅନୁଯାୟୀ, ଉକ୍ତ ଥାନା ଅଧୀନ ଏକ ଗ୍ରାମର ଜନୈକା ୨୯ ବର୍ଷୀୟା ଭିନ୍ନକ୍ଷମ ଯୁବତୀ ଗତ ୧୩ ତାରିଖ ଛେଳି ଚରାଇବାକୁ ଏକାକୀ ଯାଇଥିଲେ । ତେବେ ସଂପୃକ୍ତ ଯୁବତୀ ଜଣକ ଏକାକୀ ଥିବା ଦେଖି ତାଙ୍କର ଜଣେ ସମ୍ପର୍କୀୟ ମାମୁଁ ଚକଲେଟ ଦେବା ବାହାନାରେ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲେ । ଘଟଣା ସମ୍ପର୍କରେ ପୀଡ଼ିତାଙ୍କ ମାଆ ଜାଣିବାକୁ ପାଇ ପୁଲିସ ନିକଟରେ ଅଭିଯୋଗ କରିଥିଲେ । ଏହାକୁ ଭିତ୍ତି କରି ସ୍ଥାନୀୟ ଥାନାରେ ଏକ ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି । ପୋଲିସ ଅଭିଯୁକ୍ତ ମାମୁଁ ରାଜକିଶୋର ଦାସଙ୍କୁ ଗିରଫ କରିଛି ।