ମହାରାଷ୍ଟ୍ରରେ କ୍ୟାବିନେଟ ସଂପ୍ରସାରଣ, ଅଜିତ ପାଓ୍ବାରକୁ ମିଳିଲା ଅର୍ଥ ମନ୍ତ୍ରଣାଳୟ
ମୁମ୍ବାଇ (ସଂକେତ ଟିଭି) ମହାରାଷ୍ଟ୍ରରେ ଆଜି କ୍ୟାବିନେଟ ସମ୍ପ୍ରସାରଣ ହୋଇଛି। ମହରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ହୋଇଥିବା ଏନସିପି ନେତା ଅଜିତ୍ ପାଓ୍ବାରଙ୍କୁ ଅର୍ଥ ମନ୍ତ୍ରଣାଳୟର ଦାୟିତ୍ୱ ମିଳିଛି। ସେହିପରି ଶରଦ ପାଓ୍ବାରଙ୍କ ହାତ ଛାଡି ଆସିଥିବା ଛଗନ ଭୁଜବଲ, ଧନଞ୍ଜୟ ମୁଣ୍ଡେ ଏବଂ ହସନ ମୁଶରିକଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିଛି।
ଏହି କ୍ୟାବିନେଟ ସଂପ୍ରସାରଣରେ ଅଜିତ ପାୱାରଙ୍କ ଗୋଷ୍ଠୀକୁ ଅର୍ଥ ଏବଂ ଯୋଜନା, ଖାଦ୍ୟ ଏବଂ ଯୋଗାଣ, ସମବାୟ ସମିତି, ମହିଳା ଏବଂ ଶିଶୁ ବିକାଶ, କୃଷି, ରିଲିଫ ଏବଂ ପୁନର୍ବାସ ଏବଂ ଚିକିତ୍ସା ଶିକ୍ଷା ବିଭାଗ ମିଳିଛି । ଧନଞ୍ଜୟ ମୁଣ୍ଡେ ଏବଂ ହାସନ ମୁଶ୍ରିଫ ଯଥାକ୍ରମେ କୃଷି ଏବଂ ଚିକିତ୍ସା ଶିକ୍ଷା ବିଭାଗ ମିଳିଛି । ସେହିଭଳି ଛଗନ ଭୁଜବଲଙ୍କୁ ଖାଦ୍ୟ ଏବଂ ଯୋଗାଣ ବିଭାଗ ମିଳିଛି । ଧର୍ମରାଓ ଆତ୍ରମ ଖାଦ୍ୟ ଏବଂ ଔଷଧ ପ୍ରଶାସନ ବିଭାଗର ଦାୟିତ୍ୱ ତୁଲାଇବେ ଏବଂ ଆଦିତ୍ୟ ଟାଟକାରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦାୟିତ୍ବ ଗ୍ରହଣ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଏବଂ ଦୁଇଜଣ ଉପମୁଖ୍ୟମନ୍ତ୍ରୀଙ୍କୁ ବାଦ୍ ଦେଲେ ମହାରାଷ୍ଟ୍ର କ୍ୟାବିନେଟରେ ବର୍ତ୍ତମାନ ବିଜେପିର ନଅ ଜଣ, ଏକନାଥ ସିନ୍ଦେ ନେତୃତ୍ୱାଧୀନ ଶିବସେନାର ନଅ ଜଣ ଏବଂ ଏନସିପିରୁ ନଅ ଜଣ ମନ୍ତ୍ରୀ ଅଛନ୍ତି । ଏହି କ୍ୟାବିନେଟରେ ମୋଟ 43 ସଦସ୍ୟ ରହିପାରିବେ ।