ସ୍ୱାମୀର ପନିକି ଚୋଟରେ ସ୍ତ୍ରୀର ମୃତ୍ୟୁ
କେନ୍ଦୁଝର (ସଂକେତ ଟିଭି) ପାରିବାରିକ କଳହକୁ କେନ୍ଦ୍ର କରି ସ୍ୱାମୀର ପନିକି ଚୋଟରେ ସ୍ତ୍ରୀର ମୃତ୍ୟୁ ଘଟିଛି । କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଧୀନସ୍ଥ ବଣିଆହୁଡ଼ି ଗ୍ରାମରେ ଏହି ଘଟଣା ଘଟିଛି । ମୃତକ ହେଲେ ତୁଳସୀ ବିନ୍ଧାଣୀ । ଅଭିଯୁକ୍ତ ସ୍ବାମୀ ବାପୁନ୍ ରାଉତକୁ ଅଟତ ରଖି ପୋଲିସ ତଦନ୍ତ କରୁଛି ।
ସୂଚନା ଅନୁସାରେ, କୌଣସି କାରଣକୁ ନେଇ ଗତକାଲି ରାତିରୁ ଦମ୍ପତ୍ତିଙ୍କ ମଧ୍ୟରେ ଝଗଡ଼ା ଲାଗିଥିବା ବେଳେ ଆଜି ସକାଳେ ସ୍ୱାମୀ ବାପୁନୁ ଏକ ପନିକିରେ ସ୍ତ୍ରୀ ତୁଳସୀକୁ ହାଣି ଦେଇଥିଲା । ଫଳରେ ସ୍ତ୍ରୀ ତୁଳସୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ସ୍ୱାମୀ ବାପୁନୁକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ।