ଶିମିଳିପାଳ ଅଭୟାରଣ୍ୟ ନିକଟ ଅଞ୍ଚଳରୁ ୩ଟି ବନ୍ଧୁକ ଜବତ, ୩ ଗିରଫ

ବାରିପଦା (ସଂକେତ ଟିଭି) ମୟୁରଭଞ୍ଜ ପୋଲିସ ଶିମିଳିପାଳ ଅଭୟାରଣ୍ୟ ଅଞ୍ଚଳରୁ ତିନି ଗୋଟି ବନ୍ଧୁକ ଜବତ କରିବା ସହିତ ୩ଜଣ ଅଭିଯୁକ୍ତ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରେଣ୍ଟାସାହିର ଯଦୁନାଥ ହାଁସଦା(୫୨), ଚନ୍ଦନଚତୁରୀ ଗ୍ରାମର ଠାକୁର ସିଂ(୨୬) ଓ ମଧୁ ସିଂ(୩୦)।

ସୂଚନା ଅନୁସାରେ, ଶିମିଳିପାଳର ପାଦଦେଶ ଅଞ୍ଚଳର ବଡ଼ସାହି ଥାନା ଅନ୍ତର୍ଗତ ଯଦୁନାଥପୁର ପଞ୍ଚାୟତର ଚନ୍ଦନଚତୁରୀ ଗ୍ରାମ ନିକଟ ରେଣ୍ଟସାହିରୁ ଦୁଇଟି ବନ୍ଧୁକ ସମେତ ୩ ଜଣକୁ ଗିରଫ କରାଯାଇଛି। ସେହିପରି ଉଦଳା ଥାନା ଅନ୍ତର୍ଗତ କାଶିକୁନ୍ଦଳ ଗ୍ରାମ ନିକଟ ଜଙ୍ଗଲରୁ ଲୁଚାଯାଇଥିବା ଅନ୍ୟ ଏକ ଦେଶୀ ବନ୍ଧୁକ ଜବତ କରାଯାଇଛି। ଏନେଇ ଦୁଇ ଗୋଟି ଥାନାରେ ପୃଥକ ମାମଲା ରୁଜୁ କରାଯାଇଛି।