ବସକୁ ପଛପଟୁ ଧକ୍କା ଦେଲା ଟ୍ରକ, ୭ ଯାତ୍ରୀ ଆହତ

ବାଲେଶ୍ବର (ସଂକେତ ଟିଭି) ଯାତ୍ରୀବାହୀ ବସକୁ ଟ୍ରକ୍ ପଛପଟୁ ଧକ୍କାଦେବାରୁ ୭ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ବାଲେଶ୍ବର ଜିଲ୍ଲା ଜଳେଶ୍ଵର ଥାନା ଶାନ୍ତିଆ ବାଇପାସ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ସୂଚନା ଅନୁସାରେ, ପ୍ରଧାନ ନାମକ ଏକ ଯାତ୍ରୀବାହୀ ବସ୍ ଭୁବନେଶ୍ବରରୁ ପଶ୍ଚିମବଙ୍ଗ କଲିକତା ଅଭିମୁଖେ ଯାଉଥିଲା । ବସରେ ୪୦ରୁ ଉର୍ଦ୍ଧ୍ବ ଯାତ୍ରୀ ବସ୍ ରେ ଥିଲେ । ତେବେ ରାତି ପ୍ରାୟ ୨ ଟା ୪୫ ମିନିଟ ସମୟରେ ଆମ୍ବିଳିଅଠା ବ୍ରିଜ-ଲକ୍ଷ୍ମଣନାଥ ମଝିରେ ଥିବା (ବ୍ରିଜ ଠାରୁ ୨୦୦ ମିଟର ଆଗକୁ)ଏକ ହମ୍ପସ ଥିବାରୁ ବସର ଚାଳକ ବ୍ରେକ ମାରି ଗାଡ଼ିର ବେଗ କମାଇଥିଲେ। ଏହି ସମୟରେ ପାରାଦୀପରୁ କୋଲକାତା ଅଭିମୁଖେ ଯାଉଥିବା ଏକ ମାଲ ବୋଝେଇ ଟ୍ରକ ବସକୁ ପଛରୁ ଧକ୍କା ଦେଇଥିଲା। ଫଳରେ ବସଟି ଚାଳକଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯିବା ସହ ୫୦ ମିଟର ଆଗକୁ ଗଡ଼ି ଯାଇଥିଲା। ଏହି ଦୁର୍ଘଟଣାରେ ୭ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ସେମାନଙ୍କୁ ଜଳେଶ୍ଵର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି।