ବିଦ୍ୟୁତ୍ ଆଘାତରେ ମା ଓ ପୁଅ ମୃତ
ବାଲେଶ୍ବର (ସଂକେତ ଟିଭି) ଲୁହା ରଡ଼ କାଟୁଥିବା ବେଳେ ବିଦ୍ୟୁତ ଆଘାତରେ ମା ଓ ପୁଅର ମୃତ୍ୟୁ ହୋଇଛି। ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଭୋଗରାଇ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ସୂଚନା ଅନୁସାରେ, ଏହି ଗ୍ରାମର କାର୍ତ୍ତିକ ସେଠୀ(୩୫) ଘରେ କୁକୁଡ଼ା ଭାଡ଼ିରେ ଲାଗିଥିବା ଏକ ଲୁହା ରଡ଼କୁ କଟର ମେସିନ ଦ୍ୱାରା କାଟୁଥିଲେ। ମାତ୍ର ଏହି କୁକୁଡ଼ା ଭାଡ଼ିକୁ ସଂଯୋଗ କରୁଥିବା ଏକ ତାରଟି ଲୁହା ରଡ଼ରେ ଲାଗି ଯାଇ କରେଣ୍ଟ ଚାର୍ଜ ହୋଇଯାଇଥିଲା। ଫଳରେ କାର୍ତ୍ତିକ ପ୍ରଥମେ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ। ପୁଅର ଏଭଳି ଅବସ୍ଥା ଦେଖି ମାଆ ଜୟନ୍ତୀ ସେଠୀ (୫୭)ପାଖକୁ ଯାଇ କାର୍ତ୍ତିକଙ୍କୁ ଧରି ନେଇଥିଲେ। ଫଳରେ ତାଙ୍କୁ ମଧ୍ୟ ବିଦ୍ୟୁତ ଆଘାତ ଲାଗିଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସଙ୍ଗେ ସଙ୍ଗେ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଭୋଗରାଇ ଥାନାରେ ଦୁଇଟି ପୃଥକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।