ସମାଜବାଦୀ ପାର୍ଟି ନେତା ଆଜମ୍‌ ଖାଁଙ୍କୁ ଦୁଇ ବର୍ଷ ଜେଲ

ଲକ୍ଷ୍ମୌ (ସଂକେତ ଟିଭି) ଉତ୍ତେଜନାପୂର୍ଣ୍ଣ ଭାଷଣ ଦେବା ମାମଲାରେ ସମାଜବାଦୀ ପାର୍ଟି ନେତା ଆଜମ୍‌ ଖାଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମାମଲାରେ ଉତ୍ତର ପ୍ରଦେଶର ରାମପୁର ଏମପି-ଏମଏଲଏ କୋର୍ଟ ତାଙ୍କୁ ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିବା ସହ ୨୫୦୦ ଟଙ୍କା ଜରିମାନା ଲଗାଇଛନ୍ତି।

ସୂଚନାଯୋଗ୍ୟ, ୨୦୧୯ ଅପ୍ରିଲ୍ ୧୮ ତାରିଖରେ ଧମରା ଗାଁର ଏକଲୋକ ସଭା ନିର୍ବାଚନ ସମୟରେ ଆଜମ୍‌ ଖାଁ ଘୃଣା ମନ୍ତବ୍ୟ ଦେଇଥିବା ନେଇ ମାମଲା ରୁଜୁ ହୋଇଥିଲା। ସେ ଏକ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାମପୁର ଡିଏମ୍‌ ଏବଂ ନିର୍ବାଚନ ଆୟୋଗଙ୍କ ଉପରେ ଟିପ୍ପଣୀ କରିଥିଲେ। ଏପରିକି ସେମାନଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲା। ଏହାର ଭିଡିଓ ଭାଇରାଲ ହେବା ପରେ ତାଙ୍କ ନାମରେ ଅଭିଯୋଗ ହୋଇଥିଲା।

ବର୍ତ୍ତମାନ ସମୟରେ ସମାଜବାଦୀ ପାର୍ଟିର ଏହି ବରିଷ୍ଠ ନେତା ସର୍ତ୍ତ ମୂଳକ ଜାମିନରେ ବାହାରେ ରହିଛନ୍ତି । ହେଲେ ଜେଲ୍ ଦଣ୍ଡାଦେଶ ଶୁଣାଣି ପରେ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇଛି । ଏହାରି ଭିତରେ ଗତ ଦୁଇ ଦିନ ତଳେ ଆଜମ୍ ଖାନଙ୍କୁ ‘ଓ୍ବାଇ’ ଶ୍ରେଣୀ ସୁରକ୍ଷା ବ୍ୟବସ୍ଥା ହଟାଇବା ଏବଂ ପୁଣି ଥରେ ସୁରକ୍ଷା ଯୋଗାଇ ଦେବା ନେଇ ୟୁପିରେ ରାଜନୈତିକ ମାହୋଲ ସରଗରମ ହୋଇଥିଲା । ଜାଣିଶୁଣି ଆଜମ୍ ଖାନକୁ ହରାଣ କରିଯାଉଛି ବୋଲି ସମାଜବାଦୀ ପାର୍ଟି ନେତା କହିଛନ୍ତି ।