ଶରଦ ପାଓ୍ବାରଙ୍କୁ ଭେଟି ଆଶିର୍ବାଦ ନେଲେ ଅଜିତ ପାଓ୍ବାର

ମୁମ୍ବାଇ (ସଂକେତ ଟିଭି) ଏନସିପିରେ ବିଦ୍ରୋହ ପରେ ଶରଦ ପାଓ୍ୱାର ଓ ଅଜିତ ପାଓ୍ୱାରଙ୍କ ମଧ୍ୟରେ ବୈଠକ ହୋଇଥିବା ଜଣାପଡ଼ିଛି । ଏବେ କ୍ଷମତା ମିଳିବା ପରେ ଆସି ଆଶୀର୍ବାଦ ନେଇଛନ୍ତି ଅଜିତ ପାୱାର। ବିଦ୍ରୋହର ଦୁଇ ସପ୍ତାହ ପରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ୱାଇ ବି ଚଭନ ସେଣ୍ଟରରକୁ ଯାଇ ଶରଦ ପାୱାରଙ୍କୁ ଭେଟିଛନ୍ତି। ତାଙ୍କ ଠାରୁ ଆଶୀର୍ବାଦ ନେଇଛନ୍ତି। ଶରଦ ପାଓ୍ୱାରଙ୍କ ସହ ଏହି ବୈଠକରେ ଅଜିତ ପାଓ୍ବାର, ପ୍ରଫୁଲ୍ଲ ପଟେଲ୍, ଛଗନ ଭୁଜବଳ ଉପସ୍ଥିତ ଥିଲେ । ଏହି ବୈଠକରେ ସୁପ୍ରିୟା ସୁଲେ, ଜୟନ୍ତ ପାଟିଲ ମଧ୍ୟ ଉପସ୍ଥିତ ଥିଲେ ।

ବିଦ୍ରୋହର ୧୪ ଦିନ ପରେ ଓ୍ବାଇ ବି ଚୌହାନ୍ ସେଣ୍ଟରରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଏନସିପିର ସବୁ ମନ୍ତ୍ରୀ ଉପସ୍ଥିତ ଥିଲେ । ଜୁଲାଇ ୨ ତାରିଖରେ ଅଜିତ ପାୱାର ଦଳର ୮ ବିଧାୟକଙ୍କ ସହିତ ଯାଇ ସିନ୍ଦେ ସରକାରରେ ମିଶିଥିଲେ, ଓ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏବେ ଆଶୀର୍ବାଦ ନେଇବାକୁ ଆସିଥିବା ଏନ୍‌ସପି ବରିଷ୍ଠ ନେତା ପ୍ରଫୁଲ୍ଲ ପଟେଲ କହିଛନ୍ତି। ସେ କହିଛନ୍ତି “ଆମେ ସମସ୍ତେ ଆମ ଭଗବାନ ଶରଦ ପାୱାରଙ୍କଠାରୁ ଆଶୀର୍ବାଦ ନେବାକୁ ଆସିଛୁ। ଆମେ ଜାଣିବାକୁ ପାଇଲୁ ଯେ ପାୱାର ସାହେବ ଏଠାରେ ଅଛନ୍ତି। ତେଣୁ ଆମେ ଏହାର ସୁଯୋଗ ନେଇ ତାଙ୍କ ଆଶୀର୍ବାଦ ନେବାକୁ ଏଠାକୁ ଆସିଥିଲୁ।”

ପ୍ରଫୁଲ୍ଲ ପଟେଲ ଆହୁର କହିଛନ୍ତି ଯେ “ ଆମେ ଶରଦ ପାୱାରଙ୍କୁ ଅନୁରୋଧ କଲୁ ଯେ ଏନସିପି ଏକଜୁଟ ହୋଇ ରହିବା ଉଚିତ। ହେଲେ ସେ କୌଣସି ପ୍ରତିକ୍ରିୟା ଦେଲେ ନାହିଁ।”

ଅଜିତ ପାୱାର ଶରତଙ୍କ ବିରୁଦ୍ଧରେ ବିଦ୍ରୋହ କରି ଜୁଲାଇ ୨ ତାରିଖରେ ଏକନାଥ ସିନ୍ଦେ ସରକାରରେ ଯୋଗ ଦେବା ପରେ ଦାଦା ଶରତଙ୍କୁ ଆଜି ପ୍ରଥମ ଥର ପାଇଁ ଭେଟିଛନ୍ତି। ପ୍ରଫୁଲ୍ଲ ପଟେଲ ଏବଂ ସୁନୀଲ ଟାଟକରଙ୍କ ସହ ସିନ୍ଦେ ସରକାରରେ ଶପଥ ମନ୍ତ୍ରୀ ହୋଇଥିବା ସମସ୍ତ ୯ ଜଣ ବିଧାୟକ ଶରଦ ସହ ଭେଟ୍‌ଘାଟରେ ସାମିଲ ଥିଲେ। ଅନ୍ୟପଟେ ଶରଦ ପାୱାରଙ୍କ ଦଳର ସୁପ୍ରିୟା ସୁଲେ, ଜୟନ୍ତ ପାଟିଲ ଏବଂ ଜିତେନ୍ଦ୍ର ଆୱଦ ମଧ୍ୟ ଉପସ୍ଥିତ ଥିଲେ। ନିକଟରେ ଅଜିତ ପାୱାର ଏନସିପି ସୁପ୍ରିମୋଙ୍କ ସରକାରୀ ବାସଭବନ ସିଲଭର ଓକେକୁ ଆସିବା ସହିତ ଖୁଡ଼ୀ ପ୍ରତୀଭା ପାୱାରଙ୍କୁ ଭେଟିଥିଲେ। ପ୍ରତିଭାଙ୍କର ଡାକ୍ତରଖାନାରେ ଅସ୍ତ୍ରୋପଚାର ହୋଇଥିବା ଯୋଗୁ ଅଜିତ ତାଙ୍କ ଖୁଡ଼ୀଙ୍କୁ ଦେଖିବାକୁ ଆସିଥିଲେ।

କୁହାଯାଏ ଯାଏ ଅଜିତ ପାୱାର ତାଙ୍କ ଖୁଡ଼ୀ ପ୍ରତୀଭାଙ୍କର ଖୁବ ନିକଟତର। ୨୦୧୯ରେ ଅଜିତ ଯେତେବେଳେ ବିଜେପି ସହ ହାତ ମିଶାଇ ଥିଲେ ସେତେବେଳେ ପ୍ରତିଭା ତାଙ୍କୁ ପୁଣିଥରେ ଦଳକୁ ଫେରାଇ ଆଣିବାରେ ସହାୟକ ହୋଇଥିଲେ ବୋଲି କୁହାଯାଏ।