ଲଘୁଚାପ ପ୍ରଭାବରେ ଆସନ୍ତା ୫ ଦିନ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ବର (ସଂକେତ ଟିଭି) ରାଜ୍ୟର କେତେକ ଜିଲ୍ଲାରେ ଲଘୁଚାପ ପ୍ରଭାବରେ ଆସନ୍ତା ୫ ଦିନ ପ୍ରବଳ ବର୍ଷା ହେବ। ଆଉ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଜାରୀ କରିଛି।
ପାଣିପାଗ କେନ୍ଦ୍ର ଜାରୀ କରିଥିବା ବୁଲେଟିନ୍ ଅନୁସାରେ, ଓଡିଶା ଉପରେ ଏକ ଲଘୁଚାପ ଘନିଭୂତ ହୋଇଛି । ଲଘୁଚାପ ସହିତ ମୌସୁମୀ ବାୟୁ ପାଇଁ ଆସନ୍ତା ପାଞ୍ଚ ଦିନ ପର୍ଯ୍ଯନ୍ତ ଝାରସୁଗୁଡ଼ା, ଭଦ୍ରକ, ସମ୍ୱଲପୁର, ଜଗତସିଂହପୁର,କଟକ, ସୁନ୍ଦରଗଡ଼, ମୟୁରଭଞ୍ଜ କନ୍ଧମାଳ, କେନ୍ଦୁଝର, ବାଲେଶ୍ବର, କେନ୍ଦ୍ରାପଡା ଏବଂ ଢେଙ୍କାନାଳ ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୭ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।