ବିଦ୍ୟୁତ ଆଘାତରେ ୬ ଜଣ କାଉଡିଆଙ୍କର ମୃତ୍ୟୁ

ଲକ୍ଷ୍ମୌ (ସଂକେତ ଟିଭି) ବିଦ୍ୟୁତ ଆଘାତରେ ୬ ଜଣ କାଉଡିଆଙ୍କର ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଉତ୍ତରପ୍ରଦେଶର ମେରଟର ପରିକ୍ଷିତଗଡ଼ ଅଂଚଳରେ ଥିବା ରାଲିଚୌହାନ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି ।

ସୂଚନାନୁସାରେ, କାଉଡିଆଙ୍କ ଡିଜେ ଗାଡି (୧୧୦୦୦ କେଭି) ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା । ଫଳରେ ଗାଡିରେ ଥିବା କାଉଡିଆମାନେ ଜଳିଯାଇଥିଲେ । ତୁରନ୍ତ ଗୁରୁତର ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ସେଠାରେ ୬ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ୪ରୁ ଅଧିକ କାଉଡିଆ ଏବେ ବି ଗୁରୁତର ଥିବାର ଜଣାପଡିଛି । ଏହି ଘଟଣା ପରେ ବର୍ତ୍ତମାନ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିବାବେଳେ ଉଦ୍ୟକ୍ତ ଗ୍ରାମବାସୀ ଓ କାଉଡିଆମାନେ ରାସ୍ତା ଅବରୋଧ କରିଥିଲେ ।