୨୦୨୪ ନିର୍ବାଚନରେ ବିଜେପିକୁ କ୍ଷମତାରୁ ହଟାଇବାକୁ ଏକାଠି ହେଲେ ୨୬ ବିରୋଧୀ ଦଳ

ବେଙ୍ଗାଲୁରୁ (ସଂକେତ ଟିଭି) ୨୦୨୪ରେ ହେବାକୁ ଯାଉଥିବା ଲୋକସଭା ନିର୍ବାଚନକୁ ନେଇ ବେଙ୍ଗାଲୁରୁରେ ସୋମବାର ବିରୋଧୀ ଦଳଙ୍କ ବୈଠକ ଚାଲିଛି। ପାଟନା ପରେ ବେଙ୍ଗାଲୁରୁରେ ଏହା ଦ୍ବିତୀୟ ବିରୋଧୀ ଦଳ ବୈଠକ । ସକାଳ ୧୧ଟାରୁ ଆରମ୍ଭ ହୋଇଥିବା ଏହି ବୈଠକରେ ୨୬ଟି ଦଳ ଯୋଗ ଦେଇଛନ୍ତି।

ଏହି ସମୟରେ କଂଗ୍ରେସ ନେତା କେସି ଭେନୁଗୋପାଳ ମଧ୍ୟ ଇଡି ଏବଂ ସିବିଆଇ ବିଷୟରେ ଉଲ୍ଲେଖ କରିଛନ୍ତି ଏବଂ ସେମାନଙ୍କୁ ବ୍ୟବହାର କରି ବିରୋଧୀଙ୍କ ସ୍ବରକୁ ଦମନ କରିବାକୁ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି। କେସି ଭେନୁଗୋପାଲଙ୍କ ତରଫରୁ ଗଣତନ୍ତ୍ର, ସାମ୍ବିଧାନିକ ଅଧିକାର ତଥା ଆମର ଅନୁଷ୍ଠାନର ସ୍ବାଧୀନତା ସୁନିଶ୍ଚିତ କରିବାର ଏକ ସାଧାରଣ ଉଦ୍ଦେଶ୍ୟ ଦ୍ୱାରା ଆମେ ସମସ୍ତେ ଏକତ୍ରିତ ଅଟୁ। ଭାଜପା ସରକାରଙ୍କ ଅଧୀନରେ ସେମାନଙ୍କୁ ଆକ୍ରମଣ କରାଯାଉଛି, ସେମାନେ ସିବିଆଇ, ଇଡି ଭଳି ଏଜେନ୍ସିର ଅପବ୍ୟବହାର କରି ବିରୋଧୀଙ୍କୁ ନୀରବ କରିବାକୁ ଚାହୁଁଛନ୍ତି। ରାହୁଲ ଗାନ୍ଧୀଙ୍କ ଅଯୋଗ୍ୟତା ଏହାର ଏକ ଉଦାହରଣ। ମହାରାଷ୍ଟ୍ରର ବିକାଶ ମଧ୍ୟ ଏହାର ଏକ ଉଦାହରଣ।

କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ଗଣମାଧ୍ୟମ କହୁଛି ଯେ କେତେଜଣ ବରିଷ୍ଠ ନେତା ଏହି ବୈଠକକୁ ଆସୁନାହାଁନ୍ତି। ମୁଁ ଏହାକୁ ସମ୍ପୂର୍ଣ୍ଣ ଭାବେ ଅସ୍ବୀକାର କରୁଛି।

ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ଘୋଷଣା ହେବାର ସମ୍ଭାବନା ରହିଛି ତେଣୁ ସମସ୍ତଙ୍କ ନଜର ରହିଛି । ଦେଶରେ କିଭଳି ବିଜେପିର ବିଜୟ ରଥ ଅଟକାଇ ହେବ, କଣ ରଣନୀତି କଲେ ଆଗାମୀ ସାଧାରଣ ନିର୍ବାଚନରେ ବିଜେପିକୁ ପରାସ୍ତ କରିହେବ ସେ ଏହି ବୈଠକରେ ଆଲୋଚନା ହେଉଛି । କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ବୈଠକର ପ୍ରସ୍ତୁତି ତଦାରଖ କରିଛନ୍ତି । ସମସ୍ତ ବିରୋଧୀ ଦଳ ନେତାଙ୍କ ରହିବା ବ୍ୟବସ୍ଥା ପଞ୍ଚ ତାରକା ହୋଟେଲରେ କରାଯାଇଛି ।