ଟ୍ରାନ୍ସଫର୍ମର ବିସ୍ଫୋରଣରେ ୧୫ ଜଣଙ୍କର ମୃତ୍ୟୁ
ଲକ୍ଷ୍ମୌ (ସଂକେତ ଟିଭି) ଉତ୍ତରପ୍ରଦେଶର ଚାମୋଲି ଜିଲ୍ଲାର ଆଲାକାନନ୍ଦ ନଦୀ କୂଳରେ ଚାଲିଥିବା ‘ନମାମି ଗଙ୍ଗେ ପ୍ରକଳ୍ପ’ର ବିଦ୍ୟୁତ୍ ଟ୍ରାନ୍ସଫର୍ମର ବିସ୍ଫୋରଣ ହେବା ପରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି । ଅନେକ ଆହତ ହୋଇଛନ୍ତି। ଆହତମାନଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ “ପୋଲିସ୍ ସବ୍-ଇନ୍ସପେକ୍ଟର ଏବଂ ପାଞ୍ଚ ଜଣ ହୋମଗାର୍ଡଙ୍କ ସମେତ ପ୍ରାୟ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ତଦନ୍ତ ଚାଲିଛି। ସରକାରୀ ଅଧିକାରୀମାନଙ୍କ କହିବା ଅନୁସାରେ, ଟ୍ରାନ୍ସ୍ଫରମର୍ ବିସ୍ଫୋରଣ ଘଟିଥିବା ନିର୍ମାଣାଧୀନ ନମାମି ଗଙ୍ଗେ ସ୍ବିରେଜ୍ ପ୍ରକଳ୍ପସ୍ଥଳର ‘କେୟାର୍ଟେକର୍’ଙ୍କୁ କରେଣ୍ଟ୍ ମାରିଥିଲା। ସେତେବେଳକୁ ଅଳକାନନ୍ଦା ନଦୀ କୂଳରେ ଲାଗିଥିବା ରେଲିଙ୍ଗ୍ରେ ବିଜୁଳି ପ୍ରବାହିତ ହେଉଥିଲା। ତେଣୁ, ଘଟଣାସ୍ଥଳରେ ପହଞ୍ଚିଥିବା ସ୍ଥାନୀୟ ଲୋକେ, ତାଙ୍କ (କେୟାର୍ଟେକର୍) ପରିବାର ଲୋକଙ୍କୁ ମଧ୍ୟ ସେହି ରେଲିଙ୍ଗ୍ରୁ ବିଜୁଳି ଆଘାତ ଲାଗିଥିଲା।
ଏହି ଘଟଣାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ନିଜର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ଏହା ଏକ ଦୁଃଖଦ ଘଟଣା। ଜିଲ୍ଲା ପ୍ରଶାସନ, ପୋଲିସ ଏବଂ ଏସଡିଆରଏଫ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଆହତମାନଙ୍କୁ ଏକ ଉଚ୍ଚ ସ୍ତାନକୁ ପଠାଯାଉଛି ଏବଂ ସେମାନଙ୍କୁ ହେଲିକପ୍ଟର ଯୋଗେ AIIMS କୁ ସ୍ଥାନାନ୍ତର କରାଯାଇଛି। ଏକ ମ୍ୟାଜିଷ୍ଟେରିଆଲ୍ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।