ବେଙ୍ଗାଳୁରୁରେ ବିଷ୍ଫୋରଣ ଯୋଜନା କରୁଥିବା ୫ ଆତଙ୍କବାଦୀ ଗିରଫ

ବେଙ୍ଗାଲୁରୁ (ସଂକେତ ଟିଭି) ବେଙ୍ଗାଲୁରୁରେ ଆତଙ୍କୀ ହମଲା ଯୋଜନା କରୁଥିବା ୫ ଜଣ ସନ୍ଦିଗ୍ଧଙ୍କୁ ବେଙ୍ଗାଲୁରୁ ପୋଲିସ ଗିରଫ କରିଛି । ଗିରଫ ବେଳେ ସେମାନଙ୍କ ନିକଟରୁ ବିପୁଳ ପରିମାଣରେ ବିସ୍ଫୋରକ ଓ ମାରଣାସ୍ତ୍ର ଜବତ ହୋଇଛି । ୪ଟି ଓ୍ବାକି-ଟକି, ୭ଟି ଦେଶୀ ପିସ୍ତଲ, ୪୨ଟି ଅଫୁଟା ଗୁଳି, ୨ଟି ଖଞ୍ଜର, ଦୁଇଟି ସାଟେଲାଇଟ୍ ଫୋନ ଏବଂ ୪ଟି ଗ୍ରେନେଡ୍ ଜବତ୍ କରାଯାଇଛି । ସେମାନଙ୍କ ସହ ଅନ୍ୟ ୫ ଜଣଙ୍କର ସମ୍ପୃକ୍ତି ରହିଥିବା ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ ଟିମ୍ ସନ୍ଦେହ କରୁଛି ।

ଗିରଫ ହୋଇଥିଲା ସନ୍ଦିଗ୍ଧ ଆତଙ୍କୀମାନେ ହେଲେ ସୈୟଦ ସୋହେଲ, ଅମର, ଜାନିଦ୍, ମୁଦାସିର ଏବଂ ଜାହିଦ ବୋଲି ସିସିବି ଅଧିକାରୀ କହିଛନ୍ତି । ସୂଚନା ଅନୁଯାୟୀ, ଏମାନେ ସମସ୍ତ ବେଙ୍ଗାଳୁରୁରେ ବଡ଼ ହମଲା କରିବାର ଯୋଜନା କରିଥିଲେ । ୨୦୧୭ରେ ହୋଇଥିବା ଏକ ହତ୍ୟା ମାମଲାରେ ସନ୍ଦିଗ୍ଧମାନେ ସାମିଲ ଥିଲେ । ସେହିପରି ପରପ୍ପାନା ଅଗ୍ରହରା ସେଣ୍ଟ୍ରାଲ୍ ଜେଲ ରହିବା ସମୟରେ ଆତଙ୍କବାଦୀଙ୍କ ଲିଙ୍କରେ ଆସିଥିଲେ । ସେମାନେ ବିସ୍ଫୋରକ ରଖିବା ଓ ଏହାର ବ୍ୟବହାର ନେଇ ପ୍ରଶିକ୍ଷଣ ନେଇଥିଲେ ବୋଲି ପୋଲିସ କହିଛି। ସହରରେ ବ୍ଲାଷ୍ଟିଂ ଯୋଜନା ସମ୍ପର୍କରେ ସୂଚନା ମିଳିବା ପରେ ସିସିବି ଟିମ୍ ୫ ଜଣଙ୍କୁ ଗିରଫ କରିଛି।

ସିସିବି ଅଧିକାରୀଙ୍କ ସୂଚନା ମୁତାବକ, ପାଞ୍ଚ ଆତଙ୍କବାଦୀ ବେଙ୍ଗାଳୁରୁର ବିଭିନ୍ନ ଅଞ୍ଚଳରେ ରହୁଥିଲେ । ସହରର ଜନଗହଳି ଅଞ୍ଚଳରେ ବ୍ଲାଷ୍ଟ କରିବାର ଯୋଜନା କରିଥିଲେ । ସନ୍ଦିଗ୍ଧ ମାନଙ୍କର ସୂଚନା ମିଳିବା ପରେ ସିସିବି ଟ୍ରାକ୍ କରି ୫ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କୁ ପଚରାଉଚରା କରୁଛି ।