ନୀଳଗିରି ରୋଡ ଷ୍ଟେସନ ମାଷ୍ଟର ଓ ପଏଣ୍ଟମ୍ୟାନ ନିଲମ୍ବିତ
ସୋର (ସଂକେତ ଟିଭି) ନୀଳଗିରି ରୋଡ୍ ଷ୍ଟେସନରେ ମେମୁ ଟ୍ରେନ୍ ପସି ଆସିବା ଘଟଣାରେ ୨ ଜଣ ରେଳ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । କାର୍ଯ୍ୟରେ ଅବହେଳା ପାଇଁ ନୀଳଗିରି ରୋଡ୍ ଷ୍ଟେସନ୍ ମ୍ୟାନେଜର ସୁବାସ ସେଠୀ ଓ ପଏଣ୍ଟମ୍ୟାନ୍ ସେକ୍ ମହମ୍ମଦ ଖଲିପ ନିଲମ୍ବନ କରାଯାଇଥିବା ନେଇ ଲୋକସମ୍ପର୍କ ବିଭାଗର ବରିଷ୍ଠ ଡିଭିଜିନାଲ ମ୍ୟାନେଜର ସୂଚନା ଦେଇଛନ୍ତି ।
ଗତକାଲି ଭଦ୍ରକ-ବାଲେଶ୍ବର ମେମୁ ଟ୍ରେନ୍ ପଏଣ୍ଟ ନଲାଗିବା କାରଣରୁ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା। ଗତକାଲି ଭଦ୍ରକ-ବାଲେଶ୍ବର ମେମୁ ଟ୍ରେନ୍ ୧୦ଟା ପରେ ଭଦ୍ରକ ଷ୍ଟେସନ୍ରୁ ଡାଉନ୍ ଲାଇନ୍ରେ ବାଲେଶ୍ବର ଅଭିମୁଖେ ବାହାରିଥିଲା। ତେବେ ସୋର ଷ୍ଟେସନ୍ ପାର୍ ହେବା ବେଳେ ଏହା ପ୍ରାୟ ୪୦ ମିନିଟ୍ ବିଳମ୍ବରେ ଚାଲିଥିଲା। ଟ୍ରେନ୍ଟି ୧୦ଟା ୫୩ ମିନିଟ୍ ବେଳକୁ ବରୁଣସିଂ ନୀଳଗିରି ରୋଡ୍ ଷ୍ଟେସନ୍ ନିକଟରେ ପହଞ୍ଚିବାର ଥିଲା।