ଓଲଟିଲା ତୀର୍ଥଯାତ୍ରୀ ବସ, ୨୫ରୁ ଅଧିକ ଯାତ୍ରୀ ଆହତ

ଭଦ୍ରକ (ସଂକେତ ଟିଭି) ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ଏହି ତୀର୍ଥଯାତ୍ରୀ ବସଟି ଓଲଟିଛି। ବସଟି ପଶ୍ଚିମବଙ୍ଗରୁ ପୁରୀ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏହି ଟୁରିଷ୍ଟ ବସ୍‌ରେ ୫୦ରୁ ଅଧିକ ତୀର୍ଥଯାତ୍ରୀ ରହିଥିଲେ । ସେମାନଙ୍କ ମଧ୍ୟରୁ ୨୫ରୁ ଅଧିକ ଜଣ ଆହତ ହୋଇଛନ୍ତି। ୬ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି। ସମସ୍ତଙ୍କୁ ଉଦ୍ଧାର କରାଯାଇ ଭଣ୍ଡାରିପୋଖରୀ ମେଡିକାଲକୁ ସ୍ଥାନାନ୍ତର କରାଯାଉଛି ।