ବାଲି ଗାଡି ଛାଡିବାକୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଆଇଆଇସି ଗିରଫ
ବୌଦ୍ଧ (ସଂକେତ ଟିଭି) ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଆଇଆଇସି ପୁଷ୍ପଲତା ରାଉତରାୟ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଜବତ ହୋଇଥିବା ବେଆଇନ ବାଲି ବୋଝେଇ ଟ୍ରକ୍ ଛାଡ଼ିବା ପାଇଁ ସେ ଲାଞ୍ଚ ନେଉଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ ବାଲି ଘାଟ ଠିକାଦାର ଫୁଲବାଣୀର ଶରତ ବେହେରାଙ୍କର ସିଜ ହୋଇଥିବା ହାଇୱା ଛାଡିବା ସହ ବାଲିଘାଟରେ ବାଲି ଉଠାଣ ନିୟମ କୋହଳ ପାଇଁ ଆଇଆଇସି ପୁଷ୍ପଲତା ରାଉତରାୟ ଏକ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଶରତ ବେହେରା ବ୍ରହ୍ମପୁର ଭିଜିଲାନ୍ସକୁ ଜଣାଇଥିଲେ। ଆଜି ସମ୍ପୃକ୍ତ ଠିକାଦାର ଲଫାପାରେ ହରଭଙ୍ଗା ଥାନା ଆଇଆଇସି ପୁଷ୍ପଲତା ରାଉତରାୟଙ୍କୁ ଏକ ଲକ୍ଷ ଟଙ୍କା ଦେଲା ବେଳେ ଭିଜିଲାନ୍ସ ଟିମ ମାଡିବସିଥିଲା।