ମଣିପୁରରେ ମହିଳାଙ୍କୁ ଉଲଗ୍ନ କରି ବୁଲାଇଥିବା ମୁଖ୍ୟ ଅଭିଯୁକ୍ତଙ୍କ ଘରକୁ ପୋଡି ଦେଲେ ଲୋକେ

ଇମ୍ଫାଲ୍‌ (ସଂକେତ ଟିଭି) ମଣିପୁରରେ ଦୁଇଜଣ ମହିଳାଙ୍କ ଉଲଗ୍ନ ଅବସ୍ଥାରେ ଚାଲିଥିବାର ଭିଡିଓ ଭାଇରାଲ ଘଟଣାର ମୁଖ୍ୟ ଅଭିଯୁକ୍ତର ଘରେ ଗରୁବାର ଅପରାହ୍ନରେ ଉତ୍ୟକ୍ତ ଲୋକେ ନିଆଁ ଲଗାଇ ଦେଇଥିଲେ।

ସୂଚନା ଅନୁସାରେ, ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଖବର ମିଳିବା ପରେ ପରେ ବହୁସଂଖ୍ୟକ ଉତ୍ତ୍ୟକ୍ତ ଜନତା ମଣିପୁର ରାଜ୍ୟର ଥୌବାଲ୍‌ ଜିଲ୍ଲା ଅନ୍ତର୍ଗତ ୟାଇରୀପୋକ୍‌ ଗ୍ରାମରେ ଏକତ୍ର ହେଲେ। ତା’ପରେ ସେମାନେ ମୁଖ୍ୟ ଅଭିଯୁକ୍ତ ହୁଇରେମ୍‌ ହେରୋଦାସ ମୈତେଈଙ୍କ ଘରେ ନିଆଁ ଲଗାଇ ଦେଲେ।

ପୋଲିସର ସୂଚନା ଅନୁସାରେ, ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମେ ୪ ରେ ମହିଳାଙ୍କ ସହ ଘଟିଥିବା ଏହି ଘଟଣାକୁ ସମସ୍ତେ ନିନ୍ଦା କରୁଛନ୍ତି । ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଏହି ଘଟଣାକୁ ଅମାନବୀୟ ବୋଲି କହିଛନ୍ତି ଏବଂ ଦୋଷୀମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି କହିଥିଲେ। ଏହି ଘଟଣାକୁ ଦୃଢ ନିନ୍ଦା କରିଛନ୍ତି।