ଆଇଏଏସ୍ ଅଧିକାରୀ ରାନୁ ସାହୁଙ୍କୁ ଗିରଫ କଲା ଇଡି

ରାୟପୁର (ସଂକେତ ଟିଭି) କୋଇଲା ସଂଗ୍ରହ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଛତିଶଗଡ଼ର ଆଇଏଏସ୍ ଅଧିକାରୀ ରାନୁ ସାହୁଙ୍କୁ ଗିରଫ କରିଛି । ଗିରଫ ପରେ ତାଙ୍କୁ ରାୟପୁର ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଛି । ଏହି ମାମଲାରେ ରାଜ୍ୟର ୧୮ଟି ସ୍ଥାନରେ ଚଢଉ ପରେ ସାହୁଙ୍କୁ ଗିରଫ କରାଯାଇଥିବା କୁହାଯାଉଛି ।

ଶୁକ୍ରବାର ଇଡି ରାୟପୁର ଦେବେନ୍ଦ୍ର ନଗରରେ ଥିବା ରାଜ୍ୟ କଂଗ୍ରେସ ନେତା ରାମଗୋପାଳ ଅଗ୍ରୱାଲ ଓ ସାହୁଙ୍କ ଘରେ ଚଢ଼ାଉ କରିଥିଲା। କୋରବା ମ୍ୟୁନିସିପାଲିଟି କମିଶନର ପ୍ରଭାକର ପାଣ୍ଡେଙ୍କ ବାସଭବନରେ ଇଡିର ଆଉ ଏକ ଟିମ୍ ଦେଖିବାକୁ ମିଳିଥିଲା ।

କୋଇଲା ସଂଗ୍ରହ ଦୁର୍ନୀତି ମାମଲାରେ ସାହୁଙ୍କୁ ଗିରଫ କରାଯାଇଛି ଏବଂ ତାଙ୍କୁ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମଏଲ୍ଏ) ମାମଲାରେ କୋର୍ଟରେ ହାଜର କରାଯାଇଥିଲା ବୋଲି ଇଡିର ଓକିଲ ସୌରଭ ପାଣ୍ଡେ କହିଛନ୍ତି । ସାହୁ ହେଉଛନ୍ତି ଏହି ମାମଲାରେ ଗିରଫ ହୋଇଥିବା ରାଜ୍ୟର ଦ୍ୱିତୀୟ ଆଇଏଏସ୍ ଅଧିକାରୀ। ଗତ ବର୍ଷ 2009 ବ୍ୟାଚ୍ ର ଆଇଏଏସ୍ ଅଧିକାରୀ ସମୀର ବିଷ୍ଣୁଙ୍କୁ ଗିରଫ କରାଯାଇଥିଲା ।

2010 ବ୍ୟାଚ୍ ଛତିଶଗଡ-କ୍ୟାଡର ଆଇଏଏସ୍ ଅଧିକାରୀ ସାହୁ ବର୍ତ୍ତମାନ ରାଜ୍ୟ କୃଷି ବିଭାଗର ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଛନ୍ତି। ଏହି ପୋଷ୍ଟିଂ ପୂର୍ବରୁ ସେ କୋରବା ଏବଂ ରାୟଗଡ ଜିଲ୍ଲାର ଜିଲ୍ଲାପାଳ ଭାବରେ କାର୍ଯ୍ୟ କରିଥିଲେ।

ଜୁଲାଇ ୧୮ତାରିଖରେ ସୁପ୍ରିମ୍ କୋର୍ଟ ଇଡିକୁ ୨ହଜାର କୋଟି ଟଙ୍କାର ମଦ ଦୁର୍ନୀତିର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗତ ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଛତିଶଗଡ଼ରେ ବେଆଇନ କୋଇଲା ସଂଗ୍ରହ ଦୁର୍ନୀତି ରେ ୫୧.୪୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା ।