ଗାର୍ଡବଗି ଛାଡ଼ି ଆଗକୁ ପଳାଇଲା କୋଇଲା ବୋଝେଇ ଟ୍ରେନ
ବାଲେଶ୍ବର (ସଂକେତ ଟିଭି) ବାଲେଶ୍ୱର ଜିଲ୍ଲା ସୋର ରେଳ ଷ୍ଟେସନରେ ଗାର୍ଡବଗି ଛାଡ଼ି ଆଗକୁ ପଳାଇଲା କୋଇଲା ବୋଝେଇ ଟ୍ରେନ । ପରେ ପୁଣିଥରେ ପୁଣି ପଛକୁ ଫେରି ଗାର୍ଡ ବଗି ସହ ଇଞ୍ଜିନ ଯୋଡ଼ାଯିବା ପରେ ଗଡ଼ିଲା ଗନ୍ତବ୍ୟ ସ୍ଥଳକୁ ଗଲା ଟ୍ରେନ ।
ସୂଚନା ଅନୁସାରେ, ଆଜି ସକାଳ ୯ ଟାରୁ ୯ଟା ୩୦ ମଧ୍ୟରେ ଧାମରାରୁ ସୋର ଷ୍ଟେସନ ଦେଇ ଡାଉନ୍ ଲାଇନରେ ଖଡ଼ଗପୁର ଦିଗକୁ ଏକ କୋଇଲା ବୋଝେଇ ଟ୍ରେନ ଯାଉଥିଲା । ଟ୍ରେନଟି ଷ୍ଟେସନଠାରୁ ୨ଶହ ମିଟର ଯିବା ପରେ ଗାର୍ଡ ବଗିଟି ଛିଣ୍ଡି ଯାଇଥିଲା । ଟ୍ରେନଟି ବାହାନଗା ଷ୍ଟେସନ ପୂର୍ବରୁ ଫେରି ପୁଣି ଗାର୍ଡ ବଗି ସଂଯୋଗ କରି ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଛି । ତେବେ କୌଣସି କ୍ଷୟକ୍ଷତି ହୋଇନାହିଁ ।