କାହିଁକି ମଣିପୁର ଯାଉ ନାହାନ୍ତି ପ୍ରଧାନମନ୍ତ୍ରୀ ମୋଦି, ପ୍ରଶ୍ନ କଲା କଂଗ୍ରେସ
ଜୟପୁର (ସଂକେତ ଟିଭି) ରାଜସ୍ଥାନ ଗସ୍ତ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାହିଁକି ମଣିପୁର ଯାଉ ନାହାନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଶନିବାର ଜୟପୁରରେ ଗଣମାଧ୍ୟମକୁ ଏହା କହିଛନ୍ତି ।
ଗେହଲୋଟ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ମୁଁ ପ୍ରଥମ ଥର ଦେଖିଲି ପ୍ରଧାନମନ୍ତ୍ରୀ ନିର୍ବାଚନ ପାଇଁ କର୍ନାଟକ, ରାଜସ୍ଥାନ ଏବଂ ଅନ୍ୟାନ୍ୟ ରାଜ୍ୟ ଗସ୍ତ କରୁଛନ୍ତି, କିନ୍ତୁ ମଣିପୁର ନୁହେଁ। ଯଦି ପ୍ରଧାନମନ୍ତ୍ରୀ ମୋଦି ମଣିପୁର ଯାଇପାରୁ ନାହାନ୍ତି ତେବେ ସେ ଏକ ବୈଠକ ଡାକି ମଣିପୁରର ପରିସ୍ଥିତିର ସମୀକ୍ଷା କରିବା ଉଚିତ ବୋଲି ସେ କହିଛନ୍ତି।
ମଣିପୁରରେ ଭାଜପା ସରକାର ଅଛି। ସେଠାରେ କଂଗ୍ରେସ କ୍ଷମତାରେ ଥିଲେ ସେମାନେ କ’ଣ କହିଥାନ୍ତେ ତାହା ଚିନ୍ତା କରିବାର ବିଷୟ ବୋଲି ଗେହଲୋଟ କହିଛନ୍ତି ।