ହୋଟେଲରେ ଦେହ ବ୍ୟବସାୟ, ଧରାପଡିଲେ ୧୩ ଯୁବତୀଙ୍କ ସହ ୧୪ ଗ୍ରାହକ

ଝାରସୁଗୁଡା (ସଂକେତ ଟିଭି) ଝାରସୁଗୁଡା ସହରର ପୁରୁଣା ଶିବଶକ୍ତି ହୋଟେଲରେ ସେକ୍ସ ରାକେଟ ଠାବ ହୋଇଛି । ଏହି ହୋଟେଲରେ ଝାରସୁଗୁଡ଼ା ଟାଉନ ଥାନା ପୁଲିସ ଚଢ଼ାଉ କରି ୧୩ ଦେହଜୀବୀଙ୍କ ସହ ୧୪ ଗ୍ରାହକଙ୍କୁ ଗିରଫ କରିଛି। ଚଢ଼ାଉ ସମୟରେ ହୋଟେଲରୁ ପୁଲିସ ଅନେକ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରିଛି।

ସୂଚନା ଅନୁସାରେ ଝାରସୁଗୁଡା ପୁରୁଣା ଶିବଶକ୍ତି ହୋଟେଲରେ ସେକ୍ସ ରାକେଟ ଚାଲୁଥିବା ପୁଲିସକୁ ସୂଚନା ମିଳିଥିଲା। ଉକ୍ତ ହୋଟେଲ ସମ୍ମୁଖରେ ଏକ ଏସଏଚଜି କେନ୍ଦ୍ର ଦ୍ୱାରା ଛତୁଆ ପ୍ରସ୍ତତି ନେଇ ବୋର୍ଡ ଲାଗିଥିବା ବେଳେ ଭିତରେ ଦେହ କାରବାର ହେଉଥିଲା। ଏହାପରେ ଗତକାଲି ବିଳମ୍ବିତ ରାତିରେ ଝାରସୁଗୁଡା ଥାନା ପୁଲିସ ପକ୍ଷରୁ ହୋଟେଲରେ ଅତର୍କିତ ଚଡାଉ କରାଯାଇଥିଲା। ଚଢ଼ାଉ ବେଳେ ଉକ୍ତ ହୋଟେଲରୁ ପୁଲିସ ୧୩ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି । ଏଥିସହ ଜଣେ ଦଲାଲ ସହ ୧୩ ଜଣ ଗ୍ରାହକଙ୍କୁ ଉଠାଇ ଆଣିଛି ପୁଲିସ । ସମସ୍ତଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି ।