କୋଚିଂ ସେଣ୍ଟରରେ ସାପ କାମୁଡାରେ ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ, ଜଣେ ଗୁରୁତର
କେନ୍ଦୁଝର (ସଂକେତ ଟିଭି) କେନ୍ଦୁଝର ଜିଲ୍ଲା ବାରିଆ ଥାନା ନିଶ୍ଚିତପୁରର ଏକ କୋଚିଂ ସେଣ୍ଟରରେ ସାପ କାମୁଡାରେ ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ ଜଣ ଛାତ୍ରୀ ଥିବା ବେଳେ ଜଣେ ଛାତ୍ର ଅଛନ୍ତି। ଆଉ ଜଣେ ଗୁରୁତର ଛାତ୍ରଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ମୃତ ଛାତ୍ରଙ୍କ ନାମ ରାଜା ନାଏକ (୧୨), ଛାତ୍ରୀଙ୍କ ନାମ ଏଲିନା ନାଏକ (୭), ସ୍ନେହାଶ୍ରୀ ନାଏକ (୧୦) ବୋଲି ଜଣାପଡିଛି। ସେହିପରି ଆକାଶ ନାଏକ (୧୨) ନାମକ ଛାତ୍ର ଗୁରୁତର ହୋଇପଡିଥିବାବେଳେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
ସୂଚନା ମୁତାବକ ଚମ୍ପୁଆ ବ୍ଲକ ଜାଲି ପଞ୍ଚାୟତର ନିଶ୍ଚିତପୁର ଗ୍ରାମରେ ଥିବା ଏକ କୋଚିଂ ସେଣ୍ଟରରେ ରାତିରେ ସମସ୍ତେ ଶୋଇଥିବାବେଳେ ଏକ ବିଷାକ୍ତ ସାପ କାମୁଡ଼ିଦେଇଥିଲା । ଆଜି ସକାଳେ ଏନେଇ ଜଣାପଡିଥିଲା । ୪ ଜଣ ଛାତ୍ରଛାତ୍ରୀଙ୍କ ଜଣଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ଜଣେ ଛାତ୍ର ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।