୪୦ ଫୁଟ ଗଭୀର ବୋରଓ୍ବେଲରେ ଫସି ରହିଛି ୩ ବର୍ଷର ଶିଶୁ

ପାଟନା (ସଂକେତ ଟିଭି) ବିହାର ନାଳନ୍ଦା ଜିଲ୍ଲା କୁଲଗାଁରେ ତିନି ବର୍ଷର ଶିଶୁ ଶିବମ ବିଲରେ ଖେଳୁଥିବା ସମୟରେ ୪୦ ଫୁଟ ଭୀର ବୋରୱେଲ ଭିତରେ ଖସି ପଡ଼ିଥିଲା । ଖବର ପାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ରେସ୍କ୍ୟୁ ଅପରେସନ ଜାରି ରହିଛି । ଶିଶୁ ପାଖରେ ଅକ୍ସିଜେନ ପହଞ୍ଚାଇବାକୁ ଚେଷ୍ଟା କରାଯାଉଛି । ପୁଲିସ , ଅଗ୍ନିଶମ ବାହିନୀ ଓ ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଶିଶୁକୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇବା ପାଇଁ ଘଟଣା ସ୍ଥଳରେ ମେଡିକାଲ୍ ଟିମ୍ ମଧ୍ୟ ଉପସ୍ଥିତ ଅଛନ୍ତି। ଖବର ଅନୁଯାୟୀ, ଉକ୍ତ ବୋରଓ୍ବେଲଟି ଜଣେ ଚାଷୀ ଖୋଳିଥିଲେ । ହେଲେ ସେଠାରେ ସଫଳ ନ ହେବାରୁ ଅନ୍ୟଜାଗାରେ ଆଉ ଏକ ବୋରଓ୍ବେଲ ଖୋଳିଥିଲେ। ଉକ୍ତ ବୋରଓ୍ବେଲକୁ ଖୋଲା ଛାଡିଦେଇଥିଲେ।

ସେପଟେ କୁନି ଶିଶୁ ନିକଟକୁ ଅକ୍ସିଜେନ ପଠାଇବାର ବ୍ୟବସ୍ଥା କରାଯାଉଛି । ସେପଟେ ବୋରୱେଲ ମଧ୍ୟରେ ଶିଶୁର ଅବସ୍ଥା ଯାଞ୍ଚ କରିବା ଲାଗି ମାଟି ତଳକୁ ଏକ କ୍ୟାମେରା ପଠାଯାଇଥିବା ବେଳେ ତାହାର ଭିଜୁଆଲ ସାମ୍ନାକୁ ଆସିଛି । ତେବେ ଶିଶୁଟି ବର୍ତ୍ତମାନ ସୁରକ୍ଷିତ ରହିଛି ।