ଡ଼ାକ୍ତରଖାନାରୁ ଚମ୍ପଟ ମାରିଲା ଅଭିଯୁକ୍ତ ବାଘଛାଲ ଜବତ ଘଟଣାର ଅଭିଯୁକ୍ତ
ବାରିପଦା (ସଂକେତ ଟିଭି) ମୟୁରଭଞ୍ଜ ଜିଲ୍ଲାରେ ୪କଲରାପତିରିଆ ବାଘଛାଲ ଘଟଣାରେ ରବିବାର ଗିରଫ ହୋଇଥିବା ୩ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଚମ୍ପଟ ମାରିଛି । ଚମ୍ପଟ ମାରିଥିବା ଅଭିଯୁକ୍ତ ଜଣକ ହେଲା ବିଶୋଇ ଥାନା ଅନ୍ତର୍ଗତ ରୁଗୁଡ଼ିହି ଗ୍ରାମର ରୁପାଏ ମୁର୍ମୁ(୬୫)। ଗତକାଲି ରାତିରେ ବାରିପଦା ପିଆରଏମ ଡ଼ାକ୍ତରଖାନାରୁ ଚମ୍ପଟ ମାରିଛି। ରୁପାଏ ଛାତିରେ ଯନ୍ତ୍ରଣା ଅନୁଭବ କରିବାର ଅଭିନୟ କରିଥିଲା। ବାରିପଦା ରେଞ୍ଜ କର୍ମଚାରୀମାନେ ତାଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ନେଇ ଆସିଥିଲେ। ସେଠାରେ ଡାକ୍ତର ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା ଆରମ୍ଭ କରିଥିଲେ। ମାତ୍ର ସେଠାରେ ରୁପାଏ ସୁବିଧାର ସୁଯୋଗ ନେଇ ହସ୍ପିଟାଲରୁ ଚମ୍ପଟ ମାରିଛି। ଏ ସମ୍ପର୍କରେ ଆଉ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ରୁପାଇକୁ ଖୋଜା ଖୋଜି ଚାଲିଛି।
ସୂଚନା ଅନୁଯାୟୀ, ଶିମିଳିପାଳ ଅଭୟାରଣ୍ୟର ପାଦଦେଶର ଖୁଣ୍ଟା ଥାନା ଅନ୍ତର୍ଗତ ବହଳଦା ଗ୍ରାମରେ କଲରାପତରିଆ ବାଘ ଛାଲ ଥିବା ନେଇ ଖବର ମିଳିଥିଲା। ବନବିଭାଗ ରବିବାର ଚଢ଼ାଉ କରି ୩ଜଣ ଅଭିଯୁକ୍ତକୁ ଗିରଫ କରିବା ସହ ୪ଗୋଟି ବାଘ ଛାଲ ଜବତ କରିଥିଲେ।