ଟ୍ବିଟର ବ୍ରାଣ୍ଡ୍ ଏହାର ନୂଆ ନାମ ହେଲା ‘X’
ନୂଆଦିଲ୍ଲୀ (ସଂକେତ ଟିଭି) ଏଣିକି ଟ୍ବିଟର ବ୍ରାଣ୍ଡ୍ ଏହାର ନୂଆ ନାମ ‘X’ ଭାବରେ ଜଣାଯିବ। ଟ୍ବିଟରର ଡୋମେନ ମଧ୍ୟ ଏବେ Twitter.comରୁ X.com ହୋଇଛି। ଟ୍ବିଟରର ଅଫିସିଆଲ ହ୍ୟାଣ୍ଡେଲ ମଧ୍ୟ ‘X’ ହୋଇଛି। ଏହି ବଡ଼ ପରିବର୍ତ୍ତନର ସୂଚନା ଟ୍ବିଟରର ମାଲିକ ଏଲନ ମସ୍କ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି।
ଏହା ପୂର୍ବରୁ ମସ୍କ ଏକ ଟ୍ବିଟ୍ କରି ଲେଖିଥିଲେ ଯେ, ‘ଆମେ ଖୁବ୍ଶୀଘ୍ର ଆମେ ଟ୍ବିଟର ବ୍ରାଣ୍ଡ୍ ଏବଂ ଧୀରେ ଧୀରେ ସବୁ ପକ୍ଷୀଙ୍କୁ ବିଦାୟ କହିବା।’ ଏଲନ ମସ୍କ ନିଜ ଟ୍ବିଟର ପ୍ରୋଫାଇଲରେ ମଧ୍ୟ ଏକ୍ସ ଲୋଗୋ ଲଗାଇଛନ୍ତି। ତେବେ ଏଲନ ମସ୍କ ଟ୍ବିଟରକୁ ସୁପର ଆପ୍ ମଧ୍ୟ କରିପାରନ୍ତି ଯାହାପରେ ଗୋଟିଏ ପ୍ଲାଟଫର୍ମରେ ଅନେକ ପ୍ରକାରର ସେବା ମିଳିବ। ସୁପର ଆପ୍ରେ ଗୋଟିଏ ସ୍ଥାନରେ ଗ୍ରୋସରୀରୁ ଆରମ୍ଭ କରି ସୋସିଆଲ ମିଡିଆ, ଟ୍ରାଭେଲ ଭଳି ସୁବିଧା ମିଳିବ।
ଗତ ବର୍ଷ ଏଲନ ମସ୍କ ପ୍ରାୟ ୪୪ ବିଲିୟନ ଡଲାରରେ ଟ୍ବିଟରକୁ କିଣିଥିଲେ। ତାହା ପରଠାରୁ ଟ୍ବିଟରରୁ ଅଧିକ ଆୟ କରିବାକୁ ଚେଷ୍ଟା ଜାରି ରଖିଥିଲେ। ରାଜସ୍ବ ବୃଦ୍ଧି ପାଇଁ ଏଲନ ମସ୍କ ବ୍ଲୁ ଟିକ୍କୁ ଦେୟଯୁକ୍ତ କରିଥିଲେ। ମାଗଣା ଆକାଉଣ୍ଟ ଉପରେ ଟ୍ବିଟ୍ ଦେଖିବା ଏବଂ ଟ୍ବିଟ୍ କରିବା ଉପରେ ସୀମା ଧାର୍ଯ୍ୟ କରିଥିଲେ। କମ୍ପାନିର ଖର୍ଚ୍ଚ କମ୍ ପାଇଁ ଟ୍ବିଟରର ନୂଆ ମାଲିକ ହେବାପରେ ଅନେକ ବଡ଼ ଅଧିକାରୀଙ୍କୁ ଛଟେଇ କରିଥିଲା।