ନିଜ ସ୍ତ୍ରୀ ଓ ୫ବର୍ଷର ପୁଅ ହତ୍ୟା କଲା ନିଶାଶକ୍ତ ଡ୍ରାଇଭର
ଭଦ୍ରକ (ସଂକେତ ଟିଭି) ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ତେସିଙ୍ଗା ପଞ୍ଚାୟତ କୁଶଗଡିଆରେ ଗାଁରେ ଜଣେ ବ୍ୟକ୍ତି ନିଜ ୫ବର୍ଷର ପୁଅ ଓ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଛନ୍ତି। ମୃତକ ହେଲେ କାଞ୍ଚନ ନାୟକ ଓ ତାଙ୍କ ପୁଅ ଉତ୍କଳ। ଅଭିଯୁକ୍ତ ବାପା ଉମେଶ ନାୟଙ୍କୁ ପୁଲିସ ଅଟକ ରଖିଛି।
ସୂଚନା ଅନୁସାରେ, ବନ୍ତ ଅଞ୍ଚଳର ଉମେଶ କୁଶଗଡିଆ ଗ୍ରାମରେ ନିଜ ପୁଅ ଓ ସ୍ତ୍ରୀ ସହିତ ୩ବର୍ଷ ଧରି ଭଡ଼ାରେ ରହୁଥିଲେ। ତେବେ ବିଭିନ୍ନ ସମୟ ଉମେଶ ମଦ ପିଇ ଘରକୁ ଆସି ନିଜ ସ୍ତ୍ରୀକୁ ମାଡ଼ ମାରିଥାନ୍ତି। ଏହାକୁ ନେଇ ବିଭିନ୍ନ ସମୟରେ ପାରିବାରିକ ଅଶାନ୍ତି ଦେଖା ଦେଇଥାଏ। ତେବେ ଗତକାଲି ବିଳମ୍ବିତ ରାତିରେ ଉମେଶ ମଦ ପିଇ ଘରକୁ ଫେରିଥିଲେ। ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ଯରେ ଝଗଡା ହୋଇଥିଲା । ପରେ ଉମେଶ ମଦ ନିଶାରେ ପ୍ରଥମେ ପୁଅର ତଣ୍ଟିଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ହତ୍ୟାକାଣ୍ଡ ପରେ ଉମେଶ ଘର ପାଖରେ ଥିବା ଏକ ଗଛ ଉପରେ ଚଢି ରାତ୍ରୀ ଯାପନ କରିଥିଲା । ସକାଳେ ପାଖ ପଡୋଶୀ ଉମେଶର ଘର କବାଟ ଭାଙ୍ଗି କାଞ୍ଚନ ଓ ଉତ୍କଳର ଶବ ପଡିଥିବା ଦେଖିଥିଲେ । ପରେ ସେମାନେ ଗଛ ଉପରେ ଚଢିଥିବା ଉମେଶକୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିଲେ ।
ଭଣ୍ଡାରୀପୋଖରୀ ପୋଲିସ ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡିଛି । ସେପଟେ ମୃତକଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।