ସ୍ତ୍ରୀ ଓ ପୁତୁରାଙ୍କୁ ଗୁଳି କରିବା ପରେ ନିଜକୁ ଗୁଳି କଲେ ବରିଷ୍ଠ ପୋଲିସ ଅଧିକାରୀ
ମୁମ୍ବାଇ (ସଂକେତ ଟିଭି) ମହାରାଷ୍ଟ୍ରରର ପୁନେର ବାଲେୱାଡି ଅଞ୍ଚଳରେ ଥିବା ତାଙ୍କ ବାସଭବନରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ନିଜ ପତ୍ନୀ ଏବଂ ଜ୍ୱାଇଁଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।
ମୃତ ପୁଲିସ ଅଧିକାରୀଙ୍କ ନାଁ ଭରତ ଗାଏକ୍ୱାଡ଼ (୫୭), ଅମରାବତୀରେ ଆସିଷ୍ଟାଣ୍ଟ କମିଶନର ଅଫ୍ ପୁଲିସ (ଏସିପି) ଭାବେ କାର୍ଯ୍ୟ କରୁଥିଲେ।। ତାଙ୍କ ପତ୍ନୀଙ୍କ ନାଁ ମୋନି ଗାଏକ୍ୱାଡ଼ (୫୫) ଓ ପୁତୁରାଙ୍କ ନାଁ ଦୀପକ (୩୫)।
ସୂଚନା ଅନୁସାରେ, ଏସିପି ଗାଇକୱାଡ ଛୁଟିରେ ଥିଲେ । ସେ ସୋମବାର ଭୋର ପ୍ରାୟ ୪ଟା ବେଳେ ସେ ପ୍ରଥମେ ତାଙ୍କ ପତ୍ନୀଙ୍କୁ ଗୁଳି କରିଥିବା ଅଭିଯୋଗ ହୋଇଛି। ତାଙ୍କ ପତ୍ନୀଙ୍କ ମୁଣ୍ଡରେ ଗୁଳି ବାଜି ଥିଲା। ଗୁଳିମାଡ଼ ଶବ୍ଦ ଶୁଣି ତାଙ୍କ ପୁଅ ଓ ପୁତୁରା ଦୌଡ଼ି ଆସି କବାଟ ଖୋଲିବା ମାତ୍ରେ ଭରତ ଗାଏକ୍ୱାଡ଼ ତାଙ୍କ ପୁତୁରାଙ୍କ ଉପରକୁ ଗୁଳି କରିଥିଲେ। ଗୁଳିଟି ତାଙ୍କ ପୁତୁରାଙ୍କ ଛାତିରେ ବାଜିଥିଲା। ତା’ପରେ ଭରତ ଗାଏକ୍ୱାଡ଼ ନିଜ ମୁଣ୍ଡରେ ବନ୍ଧୁକ ରଖି ଗୁଳି କରି ଦେଇଥିବା ଅଭିଯୋଗ ହୋଇଛି। ତିନି ଜଣ ଯାକ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ।
ପୋଲିସ କହିଛି ଯେ ଏହି ଗୁଳିକାଣ୍ଡ ସମୟରେ ଏସିପି ଗାଇକୱାଡଙ୍କ ମା, ଦୁଇ ପୁଅ ଏବଂ ଅନ୍ୟ ପରିବାର ସଦସ୍ୟ ମଧ୍ୟ ଘରେ ଥିଲେ। ସେମାନେ ଗୁଳିର ଶବ୍ଦ ଶୁଣି ପୋଲିସକୁ ସୂଚନା ଦେଇଥିଲେ। ଏକ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।
ଡେପୁଟି କମିଶନର ଶଶିକାନ୍ତ ବୋରାଟ କହିଛନ୍ତି, ଆମେ କୌଣସି ସୁଇସାଇଡ୍ ନୋଟ୍ ପାଇ ନାହୁଁ । ଏସିପି ଭରତ ଗାଏକ୍ୱାଡ଼ କାହିଁକି ଏମିତି ଏକ ପଦକ୍ଷେପ ନେଲେ, ତାହା ଜଣାପଡ଼ିନାହିଁ। ଘଟଣାର ତଦନ୍ତ ଚାଲିଛି।